ads

Breaking News

ସତ୍ୟବାଦୀ ହାଇସ୍କୁଲର ପାଠାଗାରକୁ ୩୩୫ ଖଣ୍ଡ ପୁସ୍ତକ ପ୍ରଦାନ

Provides 335 books to the library of Satyavadi High School


ସାକ୍ଷୀଗୋପାଳ ------  ସତ୍ୟବାଦୀ ହାଇସ୍କୁଲର ଜଣେ ପୁରାତନ ଛାତ୍ର ତଥା ପଲ୍ଲୀ ଉନ୍ନୟନ ଯୁବ ପରିଷଦ ଐଶନ୍ୟପଡା ଅଳଗୁମର ଲକ୍ଷ୍ମୀଧର ବିଶ୍ୱାଳ ସତ୍ୟବାଦୀ ହାଇସ୍କୁଲର ପାଠାଗାରକୁ ୩୩୫ ଖଣ୍ଡ ପୁସ୍ତକ ପ୍ରଦାନ କରିଛନ୍ତି । ଏହି ବହି ମଧ୍ୟରେ ଐତିହାସ୍ୟିକ, ଉପନ୍ୟାସ, ଗଳ୍ପ, ଦେଶ ବିଦେଶ ଯାତ୍ରା, ବିଭିନ୍ନ ମହାପୁରଷଙ୍କ ଜୀବନି , ଇତିହାସ ପୁସ୍ତକ ରହିଛି । ଏହି ପୁସ୍ତକ ଗୁଡିକ ମଣ୍ଡଳ ଶିକ୍ଷା ଅଧିକାରୀ ତଥା ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଭବମ ପ୍ରଧାନ  ଗ୍ରହଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ ସତ୍ୟବାଦୀ ଦାଶ , ବିଜୟ କୁମାର ପରିଡା  ପ୍ରାକ୍ତନ ଶିକ୍ଷକ ରବୀନ୍ଦ୍ର ନାଥ ଷଡଙ୍ଗୀ ଅନ୍ୟ ଶିକ୍ଷକ ମାନେ ଉପସ୍ଥିତ ରହିଥିଲେ ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୮/୪/୨୦୨୨---୬,୩୦  

 Sakhigopal News, 9/4/2022

ads

Blog Archive