ଶିକ୍ଷା ସଚେତନତା ରଥ ଗାଁକୁ ଗାଁ ବୁଲିଲା ;ପିଲା ମାନେ ରଥ ଗୀତ ଶୁଣି ନାଚିଲେ
Education Awareness Rath went from village to village; children danced to the chariot song.
ସାକ୍ଷୀଗୋପାଳ----ସତ୍ୟବାଦୀ ବ୍ଳକ ସ୍ଥିତ ବୀରଗୋବିନ୍ଦପୁର ସତ୍ୟବାଦୀ ବ୍ଳକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରୁ ଶିକ୍ଷା ସଚେତନତା ରଥ ଶୁଭାରମ୍ଭ କରାଯାଇଛି । । ଏହି ରଥ ୮ ତାରଖ ପର୍ଯ୍ୟନ୍ତ ବ୍ଳକର ୨୪ ଗୋଟି ଗ୍ରାମ ପଞ୍ଚାୟତରେ ଥିବା ସମସ୍ତ ବିଦ୍ୟାଳୟ ଓ ଗ୍ରାମରେ ବୁଲିବାର ଲକ୍ଷ୍ୟ ରଖାଯାଇଛି ବୋଲି ବ୍ଳକ ଶିକ୍ଷା ଅଧିକାରିଣୀ ଭବମ ପ୍ରଧାନଙ୍କ ଠାରୁ ସୁଚନା ମିଳିଛି । । ଦୁଇ ବର୍ଷ ହୋଇଗଲା ମହାମାରୀ କରୋନା ଯୋଗୁ ବିଦ୍ୟାଳୟ ଗୁଡିକ ବନ୍ଦ ରହିଥିଲା ।ପିଲା ମାନେ ଘରେ ଅନଲାଇନି ମାଧ୍ୟମରେ ଶିକ୍ଷାଦାନ କରୁଥିଲେ । ତାହା ସମସ୍ତଙ୍କ ପାଇଁ ସମ୍ଭବପରନଥିଲା । ଯାହାକି କେତେକଙ୍କ ପାଖରେ ମୋବାଇଲି ନଥିବା ବେଳେ ଇଣ୍ଟରନେଟ ଅସୁବିଧା ରହିଛି । ରାଜ୍ୟ ସରକାର କୋଭିଡ କଟକଣା ଉଠାଇ ଦେବା ସହ ବିଦ୍ୟାଳୟ ଗୁଡିକ ଖୋଲିିଛନ୍ତି । ପ୍ରତି ବିଦ୍ୟାଳୟରେ ପ୍ରତି ଶ୍ରେଣୀରେ ସଠିକ ଶିକ୍ଷା ଦାନ ଆରମ୍ଭ ହେବା ସହିତ ମଧ୍ୟାହ୍ନ ଭୋଜନ ମଧ୍ୟ ଆରମ୍ଭ ହୋଇଯାଇଛି ।
ଏହି ସଚେତନତା ବାର୍ତ୍ତା ଯେପରି ସମସ୍ତଙ୍କ ପାଖରେ ପହଞ୍ଚିବ ତାହା ଶିକ୍ଷା ବିଭାଗର ଲକ୍ଷ୍ୟ ରହିଛି । ସମସ୍ତ ପିଲା ଯେପରି ବିଦ୍ୟାଳୟରେ ଅଧ୍ୟୟନ କରିବେ ସେଥିପ୍ରତି ସଜାଗ ରହିବା ପାଇଁ କୁହାଯାଇଛି । ଏହି ସଚେତନତା ରଥକୁ ବିଆରସିସି ପ୍ରଭାସ ଚନ୍ଦ୍ର କରଣ ଓ ଅତିରିକ୍ତି ବ୍ଳକ ଶିକ୍ଷା ଅଧିକାରୀ ସୂଷା ମଲ୍ଲିକ ପତାକା ହଲାଇ ଶୁଭାରମ୍ଭ କରିଛନ୍ତି । ବ୍ଳକର ବିଶ୍ୱନାଥପୁର କ୍ଳଷ୍ଟରର ସି. ଆର.ସି.ସି ଅଜୟ କୁମାର ପ୍ରଧାନ, ସତ୍ୟବାଦୀ ସି. ଆର.ସି.ସି ସୋମନାଥ ନନ୍ଦ, ସି. ଆର.ସି.ସି ଶ୍ରୀରାମଚନ୍ଦ୍ରପୁର, ସୁକାନ୍ତ କୁମାର ମିଶ୍ର, ସି. ଆର.ସି.ସି କାଦୁଆ, ସୁନୀଲ କୁମାର ବେହେରା, ସି. ଆର.ସି.ସି କେତକୀପାଟଣା ଗୋପିନାଥ ମିଶ୍ର, ସି. ଆର.ସି.ସି ଭୀମପୁର , ସରୋଜ କୁମାର ବେହେରା, ସି. ଆର.ସି.ସି ବାଲିହୁଡା ,ଲକ୍ଷ୍ମଣ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ । ସେଠାରେ ଥିବା ଶିକ୍ଷୟତ୍ରୀ ,ଶିକ୍ଷକ ମାନେ ହୁଳହୁଳି ସହିତ ହରିବୋଲ ପକାଇ ଶିକ୍ଷା ସଚେତନତା ରଥ ଶୁଭାରମ୍ଭ କରିଥିଲେ । ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ଓ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ପଣ୍ଡାଙ୍କ ତତ୍ୱବଧାନରେ ଅନ୍ୟ ଶିକ୍ଷକ ଓ ଛାତ୍ରୀ ମାନେ ରଥକୁ ସ୍ୱାଗତ କରିଥିଲେ ।
ସାକ୍ଷୀଗେ।।ପଳରୁ ଧୀରେନ୍ଦ୍ର ସେନାପତି, ୪/୪/୨୦୨୨----୫,୫୫ Sakhigopal News, 4/4/2022





