ads

Breaking News

କଂଗ୍ରେସ ଛାଡି ବିଜେଡିରେ ମିଶିଲେ ଯୁବଗୋଷ୍ଠୀ

The youth left the Congress and joined the BJP


ସାକ୍ଷୀଗୋପାଳ----- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ସାରଙ୍ଗଯୋଡି ଗ୍ରାମ ପଞ୍ଚାୟତର ମଳୁଖପାଟଣା ଗ୍ରାମର କଂଗ୍ରେସର ପୁରୁଖା ଯୁବକର୍ମୀ ଅଜୟ କୁମାର ସାହୁ, ଦେବରାଜ ସାହୁ, ଚଟୁ ସାହୁ, ନରୁ ସାହୁ ପ୍ରମୁଖ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାଙ୍କ ନୀତି ଆଦର୍ଶକୁ ପାଥେୟ କରି  ବିଜେଡି ଦଳରେ ସାମିଲ ହୋଇଥିବା ଜଣାପଡିଛି ।  ବିଧାୟକ ଉମାକାନ୍ତ ସାମନ୍ତରାୟ ଓ ବ୍ଳକ ବିଜେଡି ସଭାପତି ପ୍ରମୋଦ ରାଉତରାୟ ଏମାନଙ୍କୁ ଦଳୀୟ ଉତ୍ତରୀୟ ଓ ଫୁଲତୋଡା ଦେଇ ସ୍ୱାଗତ  କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବ୍ଳକ ଅଧ୍ୟ=କ୍ଷାଙ୍କ ପ୍ରତିନିଧି ଶଙ୍କର ପ୍ରଧାନ, ସାରଙ୍ଗଯୋଡି ଗ୍ରାମ ପଞ୍ଚାୟତର ସଭାପତି ଲିଙ୍ଗରାଜ ସାହୁ, କାତ୍ତିକ ବେହେରା, ଶକ୍ତି ପ୍ରସାଦ ଦାଶ ଓ ଆତ୍ମର ପୂର୍ବତନ ସଭାପତି ବେବିଲାଲ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୧/୧୨/୨୦୨୧---୮,୧୫   Sakhigopal News, 21/12/2021

ads

Blog Archive

Popular Posts