ସାକ୍ଷୀଗୋପାଳ ଠାକୁରଙ୍କର ଘୋଡଲାଗି ବେଶ
ସାକ୍ଷୀଗୋପାଳ---- ସାକ୍ଷୀଗୋପାଳ ମନ୍ଦିରରେ ଓଢ଼ଣଷଷ୍ଠୀ ପର୍ବ ପାଳିତ ହୋଇଯାଇଛି । ଏହି ଅବସରରେ ସାକ୍ଷୀଗୋପାଳ ଠାକୁରଙ୍କର ପାରମ୍ପାରିକ ଘୋଡଲାଗି ବେଶ ଅନୁଷ୍ଠିତ ହୋଇଥିଲା । ଦୈନଦିନ ଦେବନିତୀ ସହିତ ଦ୍ୱିପ୍ରହର ଧୁପ ବେଶରେ ନୁତନ ଘୋଡଲାଗି, ଯାତଭୋଗ, ଉପ·ର ଓ ଆଳତୀ କରାଯିବାପରେ ଶୀତଯୋଗୁ ରେଶମ କପଡାରେ ପ୍ରସ୍ତୁତ ନୂଆଘୋଡ (·ଦର) ଠାକୁରଙ୍କ ସର୍ବାଙ୍ଗ ଶରୀରରେ ଢ଼ାଙ୍କି ଦିଆଯାଇଥିଲା । ମୂଖମଣ୍ଡଳ ବ୍ୟତିତ ମସ୍ତକରେ ମୁଣ୍ଡଘୋଡ ( ମଫଲର ) ବାନ୍ଧି ଦିଆଯାଇଥିଲା । ଏଭଳିବେଶ ଆସନ୍ତା ବସନ୍ତ ପଞ୍ଚମୀ ପର୍ଯ୍ୟନ୍ତ ପ୍ରତିଦିନ ଅନୁଷ୍ଠିତ ହେବ । ଏହି ସମୟରେ ଠାକୁରଙ୍କର କେବଳ ଶ୍ରୀମୁଖ ଦର୍ଶନ ମିଳିବ । ଅନୁରୂପ ଭାବେ ଶ୍ରୀରାଧାଙ୍କୁ ରେଶମ ଘୋଡରେ ଆଛାଦିତ କରାଯାଇଥିଲା । ମନ୍ଦିର ବେଢ଼ାରେ ରହିଥିବା ଅନ୍ୟ ଠାକୁରଙ୍କ ମଧ୍ୟ ଘୋଡଲାଗି ବେଶ କରାଯାଇଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି


