ads

Breaking News

ପାଲା ମାଧ୍ଯମରେ ବିଜୁ ସ୍କାସ୍ଥ୍ଯ ସଚତନତା


 ସାକ୍ଷୀଗୋପାଳ --- ଓଡିଶା ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସମ୍ପର୍କରେ ଜନ ସାଧାରଣଙ୍କୁ ସଚେତନତା କରିବା ପାଇଁ ଏକ ରଥ ବିଭିନ୍ନ ଗ୍ରାମ ଓ ପଞ୍ଚାୟତ ପରିକ୍ରମା କରୁଛି । ଏହି ଯୋଜନାରେ ପରିବାର ସହ ମହିଳା ସଦସ୍ୟାଙ୍କ ନିମନ୍ତେ ୭ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସୁରକ୍ଷା । ପରିବାର ପିଛା ବାର୍ଷିକ ୫ ଲକ୍ଷଟଙ୍କାର ସ୍ୱାସ୍ଥ୍ୟ ସୁରକ୍ଷା , ବିଜୁ କୃଷକ କଲ୍ୟାଣ ଯୋଜନା ଓ ରାଷ୍ଟୀୟ ସ୍ୱାସ୍ଥ୍ୟ ବୀମା ଯୋଜନା ଅନ୍ତର୍ଗତ ପ୍ରତ୍ୟେକ କାର୍ଡଧାରୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧିନରେ ଉପକୃତ ହେବେ ବୋଲି ଜଣାପଡିଛି  । ସାରଙ୍ଗଯୋଡି, ବଳପୁର, ବିଦ୍ୟାଧରପୁର, କେତକିପାଟଣା ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଏହି ସଚେତନତା ରଥ ପରିଭ୍ରମଣ କରିବା ସହ ପାଲା ମାଧ୍ୟମରେ ଜନ ସାଧାରଣଙ୍କୁ ସଚେତନତା କରାଯାଉଛି ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts