ଗାଦିବ୍ରହ୍ମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ; ମଙ୍ଗଳପୁର ବିଜୟୀ
ସାକ୍ଷୀଗୋପାଳ ----ସତ୍ୟବାଦୀ ବ୍ଳକର ପରାଜାପଡା ଗ୍ରାମ ପଞ୍ଚାୟତର ଡି÷ହସାହି ଗ୍ରାମ ଖେଳ ପଡିଆରେ ଗାଦିବ୍ରହ୍ମ କ୍ରିକେଟ କ୍ଳବ ପକ୍ଷରୁ ଆୟାଜିତ ତୁତୀୟ କ୍ୱାଟର ଫାଇନାଲ କ୍ରିକେଟ ମ୍ୟାଚ ଆଳପୁର ଓ ମଙ୍ଗଳପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମଙ୍ଗଳପୁର କ୍ରିକେଟ ଦଳ ୮ ଉଇକେଟରେ ବିଜୟୀ ହୋଇଛି । ଆଳପୁର କ୍ରିକେଟ ଦଳ ପ୍ରଥମେ ବ୍ୟାଟିଂ କରି ୧୫ ଓଭର ୫ ବଳରେ ସମସ୍ତ ଉଇକେଟ ହରାଇ ୭୭ ରନ କରିଥିଲେ । ଜବାବରେ ମଙ୍ଗଳପୁର କ୍ରିକେଟ ଦଳ ୫ ଓଭର ୫ଟି ବଲରେ ୨ ଉଇକେଟ ହରାଇ ୮୨ ରନ କରି ଥିଲେ । ବସନ୍ତ ସ୍ୱାଇଁ ଓ ଗୌତମ ପରିଡା ମ୍ୟାଚ ପରିଚାଳନା କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି


