ପଞ୍ଚାୟତ ସ୍ତରୀୟ ଭଲିବଳ ଟୁର୍ଣ୍ଣାମେଣ୍ଟ
ଡେଲାଙ୍ଗ-- ଡେଲାଙ୍ଗ ବ୍ଳକର ରେଞ୍ଚ ଗ୍ରାମ ପଞ୍ଚାୟତର ବିଜୁ ଯୁବ ବାହିନୀ ପକ୍ଷରୁ ରେଞ୍ଚ ମେଳଣ ପଡିଆ ପଞ୍ଚାୟତ ସ୍ତରୀୟ ଭଲିବଳ ଟୁର୍ଣ୍ଣମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଞ୍ଚାୟତର ୮ଟି ଦଳ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରେ ଉତ୍ତମ ଖେଳ ପ୍ରଦର୍ଶନ କରି ପ୍ରହରାଜ ପୁର ଭଲିବଳ ଟିମ ବ୍ଳକ ସ୍ତରରେ ହେବାକୁ ଥିବା ପ୍ରତିଯେଗିତାରେ ଭାଗ ନେବା ପାଇଁ ମନୋନୀତ କରାଯାଇଛି । ଅତିଥି ଭାବରେ ସରପଞ୍ଚଙ୍କ ପ୍ରତିନିଧି ସୁମନ୍ତ ମଲିକ , ପଞ୍ଚାୟତର ବିଜେଡି ଦଳର ସଭାପତି ରତ୍ନାକର ଜେନା, ବ୍ଳକ ବିଜୁ ଯୁବ ବାହିନୀର ସଂଯୋଜକ ପ୍ରଫୁଲ ମଲିକ ଯୋଗଦେଇ ବିଜୟୀ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପଞ୍ଚାୟତ ବିଜୁ ଯୁବ ବାହିନୀର ସଭାପତି ରତିକାନ୍ତ ସ୍ୱାଇଁ ଓ ଅନ୍ୟ ସଦସ୍ୟ ମାନେ ମ୍ୟାଚ ପରିଚାଳନାରେ ସହଯୋଗ କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି


