ରେଙ୍ଗଳ ଠାରେ ବିଜୁ ସେତୁର ଶିଳାନ୍ଯୀସ କଲେ ମନ୍ତୀ : ଶ୍ରୀ ମହାରଥୀ
ଡେଲାଙ୍ଗ--- ଡେଲାଙ୍ଗ ବ୍ଳକ କାର୍ଯ୍ୟାଳୟକୁ ରେଙ୍ଗଳ ପଞ୍ଚାୟତର ସଂଯୋଗ କରିବା ପାଇଁ ଏକ ସ୍ଥାୟୀ ରାସ୍ଥା ନିର୍ମାଣ କରିବା ପାଇଁ ରେଙ୍ଗଳ ଓ ଗୋଡିପୁଟ ମାଟିଆପଡା ପଞ୍ଚାୟତ ବାସୀ ମାନେ କୃଷି ଓ ପଞ୍ଚାୟତ ରାଜ ମନ୍ତ୍ରୀଙ୍କ ପାଖରେ ବାରମ୍ବାର ଦାବୀ କରି ଆସୁଥିଲେ । ଏହି ପଞ୍ଚାୟତ ଦୁଇଟି ଦୟା ନଦୀର ଅପର ପାଣ୍ୱର୍ରେ ଅବସ୍ଥିତ । ଏଣୁ ଦୟାନଦୀରେ ସେତୁ କରାଗଲେ ଏହି ଦୁଇ ପଞ୍ଚାୟତକୁ ରାସ୍ତାର ସଂଯୋଗ କରଣ ହୋଇ ପାରିବ । ଏହାକୁ ନଜର କରି ରାଜ୍ୟ ସରକାର ଏକ ବିଜୁ ସେତୁ ଓ ରେଙ୍ଗଲ ଅରାଗଡ ଠାରୁ କୁମୁଡାଲ ଭାୟା ବସନ୍ତପୁର ରାସ୍ତାର ଦୟାନଦୀ ଉପରେ ବିଜୁ ସେତୁର ଶିଳାନ୍ୟାସ କୃଷି ଓ ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ ମହାରଥୀଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରି ଏହି ରାସ୍ତା ଯିବା ସମୟରେ ଯେଉଁ ମାନଙ୍କର ଜମି ଯିବ ସେମାନେ ଛାଡିବେ ବୋଲି ମନ୍ତ୍ରୀ କହିଥିଲେ ।ଏହି ସେତୁ ପ୍ରାୟ ୩ଶହ ମିଟର ଲମ୍ବା । ଏଥିପାଇଁ ୧୫ କୋଟି ୧୯ ଲକ୍ଷ ୧୯ ହଜାର ଟଙ୍କା ରାଜ୍ୟକୋଷରୁ ମଞ୍ଜୁର କରାଯାଇଛି ବୋଲି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସହକାରୀ ଯନ୍ତ୍ରୀ ପ୍ରସନ୍ନ ପଟ୍ଟନାୟକଙ୍କ ଠାରୁ ପ୍ରକାଶ । ଏହି ଅବସରରେ ଅନୁଷ୍ଠିତ ସଭାରେ ପୂର୍ବତନ ସରପଞ୍ଚ ତ୍ରିନାଥ ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ, ସଭାରେ ସଭାପତିତ୍ୱ କରିଥିଲେ ବ୍ଳକ ବିଜେଡି ସଭାପତି ବୈରାଗୀ ଜେନା । ଅନ୍ୟ ମାନଙ୍କ ମଧ୍ୟରେ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ଜି ମଳୟ କୁମାର ମହାନ୍ତି, ପିପିଲି ଆତ୍ମାର ସଭାପତି ଧରଣୀ ଧର ସାହୁ , ଗୋଡିପୁଟ ମାଟିଆ ପଡା ସରପଞ୍ଚ ଦମୟନ୍ତୀ ନିଶଙ୍କ, ଡେଲାଙ୍ଗ ମିଶନ ଶକ୍ତି ମହିଳା ମହାସଂଘର ସମ୍ପାଦିକା ବାସନ୍ତୀ ସାହୁ, ଡେଲାଙ୍ଗ ବ୍ଳକର ଆତ୍ମାର ସଭାପତି ବିଜୟ ଚମ୍ପତି, ରେଙ୍ଗଳର ପୂର୍ବତନ ସରପଞ୍ଚ ପଦ୍ମଚରଣ ସାମନ୍ତରାୟ ଓ ସମାଜସେବୀ ବିରଞ୍ଚି ନାରାୟଣ ସାମନ୍ତ ସିଂହାର , ରେଙ୍ଗଳ ପଞ୍ଚାୟତର ସମପଞ୍ଚ ଗନ୍ଧର୍ବ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି


