ads

Breaking News

କାରକୁ ପିଟିଲା ବସ: ଅଳ୍ପକେ ରକ୍ଷା ପାଇଲେ ଯାତ୍ରୀ

ପିପିଲି-- ଭୁବନେଶ୍ୱର- ପୁରୀ ଜାତୀୟ ରାଜପଥର ମଙ୍ଗଳପୁର ପେଟ୍ରୋଲ ପମ୍ପ ସମ୍ମୁଖରେ ଆଜି ଅପରାହ୍ନରେ ଏକ କାରକୁ ପଛରୁ ପିଟିଥିଲା ଯାତ୍ରୀବାହୀ ବସ  । ଦୁଇଟି ଯାକ ଗାଡି ରାସ୍ତାର ଡିଭାଇଡ ଉପରେ ଚଡିଯାଇଥିଲେ  । ଘଟଣାରୁ ପ୍ରକାଶ ଯେ ପେଟ୍ରୋଲ ପମ୍ପ ନିକଟରେ ଥିବା ରାସ୍ତା ଡାଇଭର୍ସନ ଠାରେ ଏକ କାର ନଂ ଓଡି - ୦୨- ଜେଡ୍- ୫୦୧୨ ହଠାତ୍ ଅପରପାଶ୍ୱର୍ ରାସ୍ତାକୁ ପଳାଇ ଯିବାକୁ ଉଦ୍ଦ୍ୟମ କରିବା ସମୟରେ ପୁରୀରୁ ଭୁବନେଶ୍ୱର ଆଡକୁ ଆସୁଥିବା ଶାରାଳା ନାମକ ଯାତ୍ରୀ ମାହୀ ବସଟି କାରର ପଛକୁ ଧକ୍କା ଦେଇଥିଲା  । ଦୁଇଟି ଯାକ ଗାଡି ରାସ୍ତା ଡିଭାଡର  ଉପରେ ଚଡିଯିବା ସହ କ୍ଷତିଗସ୍ତ ହୋଇଛି  । ମାତ୍ର ବସ ଓ କାରରେ ଥିବା ଯାତ୍ରୀ ମାନଙ୍କର କୌଣସି କ୍ଷତି ହୋଇନାହିଁ  । ମାତ୍ର ଉକ୍ତ ରାସ୍ତାରେ ଟ୍ରାଫିକ ସମସ୍ୟା ଦେଖାଯାଇଥିଲା  । ପିପିଲି ଥାନା ଆଇଆଇସି ଶରତ କୁମାର ସାହୁ , ଏଏସଆଇ ବିନୟ କୁମାର ଦାସ ଘଟଣା ସ୍ଥଳରେ ପହଞ୍ଚି ଟ୍ରାଫିକ ସମସ୍ୟା ଦୂର କରିବା ସହ ଦୁର୍ଘଟଣା ଗସ୍ତ ଗାଡି ଦୁଇଟଇକୁ ଜବତ କରି ତଦନ୍ତ ଜାରି ରଖିଛନ୍ତି ।

 ପିପିଲିରୁ ବିଜୟ ମହାପାତ୍ର 

ads

Blog Archive