ads

Breaking News

ଡେଲାଙ୍ଗରେ ପଞ୍ଚାୟତ ସ୍ତରୀୟ ଭଲିବଳ ଟୁର୍ଣ୍ଣାମେଣ୍ଟ

ଡେଲାଙ୍ଗ -- ଡେଲାଙ୍ଗ ବ୍ଳକର ଗୁଆଳିପଡା ଗ୍ରାମ ପଞ୍ଚାୟତର ବିଜୁ ଯୁବ ବାହିନୀ ପକ୍ଷରୁ ବୋଳକଣା ପଞ୍ଚାୟତ ହାଇସ୍କୁଲ ଖେଳ ପଡିଅ୍ରାରେ  ପଞ୍ଚାୟତ ସ୍ତରୀୟ ଭଲିବଳ ଟୁର୍ଣ୍ଣମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଞ୍ଚାୟତର ୮ଟି ଦଳ ଭାଗ ନେଇଥିଲେ  । ସେମାନଙ୍କ ମଧ୍ୟରେ ଉତ୍ତମ ଖେଳ ପ୍ରଦର୍ଶନ କରି ବୋଳକଣା ଟିମ  ବ୍ଳକ ସ୍ତରରେ ହେବାକୁ ଥିବା ପ୍ରତିଯେଗିତାରେ ଭାଗ ନେବା ପାଇଁ ମନୋନୀତ କରାଯାଇଛି । ମୁଖ୍ୟ ଅତିଥି ଭାବରେ ସରପଞ୍ଚ କାଳନ୍ଦୀ ଯେନା ଯୋଗଦେଇ ବିଜୟୀ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପଞ୍ଚାୟତ ବିଜୁ ଯୁବ ବାହିନୀର ସଭାପତି ବିଶ୍ୱନାଥ ସାହୁଙ୍କ ସହ  ଅନ୍ୟ ସଦସ୍ୟ ମାନେ ମ୍ୟାଚ ପରିଚାଳନାରେ ସହଯୋଗ କରିଥିଲେ । ବଂଶୀଧର ମହାପାତ୍ର ମ୍ୟାଚ ରେଫରି ଭାବରେ ରହିଥିଲେ । 

ଡେଲାଙ୍ଗରୁ ଧୀରେନ୍ଦ୍ର  ସେନାପତି

ads

Blog Archive