ମାନବିକ ଅଧିକାର ଦିବସ ପାଳନ
ସାକ୍ଷୀଗୋପାଳ-- ସତ୍ୟବାଦୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପକ୍ଷରୁ ବିଶ୍ୱ ମାନବିକ ଅଧିକାର ଦିବସ ପାଳନ ହୋଇଯାଇଛି । ବିଦ୍ୟାଳୟର ଛାତ୍ରୀ ମାନେ ହାତରେ ବିଭିନ୍ନ ପ୍ଳାକର୍ଡ ଧରି ବଜାର ମଧ୍ୟରେ ଏକ ସଚେତନତା ଶୋଭାଯାତ୍ରା ରେ ପରିକ୍ରମା କରିଥିଲେ । ଆମ ଅଧିକାର ଉଲଗ୍ନ ହେଲେ ଆମେ ମାନବିକ ଅଧିକାର ଆୟୋଗ ପାଖରେ ଅଭିଯୋଗ କରିବା ପାଇଁ ସଚେତନତା ବାର୍ତ୍ତା ପ୍ରଚାର କରିଥିଲେ । ଶିକ୍ଷୟତ୍ରୀ ସବିତା ରଥ, ଶିକ୍ଷକ ଅଗସ୍ଥି କୁମାର ବେହେରା ଓ ଉମାକାନ୍ତ ମିଶ୍ରଙ୍କ ନେତୃତ୍ୱରେ ଏହି ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
Manabika adhikar dibas palan


