ads

Breaking News

ଲାଞ୍ଚ ନ ଦେବାରୁ ମହାପରାୟଣ ଗାଡି ମିଲିଲା ନାହିଁ

 କନ୍ଧମାଳ---- ସରକାର ଗରିବ ଲୋକ ମାନଙ୍କୁ ଆଜିର ସ୍ରୋତରେ ସାମିଲ କରିବା ପାଇଁ ବିଭିନ୍ନ ଜନ ହିତକର ଯୋଜନା ପ୍ରଣୟନ କରିଛନ୍ତି । ସେ ଗୁଡିକ କିପିର କାର୍ଯ୍ୟ କାରୀ ହେଉଛି ତାହା ଦେଖିବାକୁ କେହି ନ ଥିଲା ପରି ଜଣାପଡୁଛି । ଅଭିଯୋଗ କଲେ ଫଳ ମିଳୁଛି ଶୂନ୍ୟ  । ସାଧାରଣତ ମହାପରାୟଣ ଗାଡି ଲାଞ୍ଚ ନଦେଲେ ସାଧାରଣ ଲୋକଙ୍କୁ ମିଳୁନାହିଁ ବୋଲି ଅଭିଯୋଗ ହୋଇଛି । ସୁଚନା ଯୋଗ୍ୟ ଯେ ସାରଂଗଡ ଥାନା ଅନ୍ତର୍ଗତ ପାତ୍ର ସାହିରେ ବିଦ୍ୟୁତ ଆଘାତ ଲାଗି ଗୌରହରି ପାତ୍ର ବିଦ୍ୟୁତ କର୍ମଚାରୀଙ୍କର ମୃତ୍ୟୁ ହୋଇଯାଇଥିଲା ।  ତାଙ୍କ ଶବକୁ ବାଲିଗୁଡା ମେଡିକାଲକୁ ନେବା ପାଇଁ ମହାପରାୟଣ ଗାଡି ଦାୟତ୍ୱରେ ଥିବା ଶାନ୍ତି ମୌତ୍ରୀ ସ୍ୱେଚ୍ଛାସେବୀ ଅନୁଷ୍ଠାନକୁ ଫୋନ କର ଯାଇଥିଲା  । ଡ୍ରାଇଭର ନାହିଁ ବୋଲି କହିଥିଲେ  । ମାତ୍ର ବିଦ୍ୟୁତ ବିଭାଗର ଗାଡି ଚାଳକଙ୍କୁ ନେଇ ଅନୁଷ୍ଠାନ କାର୍ଯ୍ୟାଳୟକୁ ଗଲା ବେଳକୁ ସେ କହିଲେ ଗାଡି ପୁରୀ ପଳାଇଲାଣି । ଯାହାକୁ ନେଇ ସେଠାରେ କିଛି ସମୟ ଉତ୍ତେଜନା ପ୍ରକାଶ ପାଇଥିଲା  । ତେଣୁ ଗ୍ରାମବାସୀ କୌଣସି ଉପାୟ ନ ପାଇ ଏକ ଅଟୋରିକ୍ସା ଯୋଗେ ଶବକୁ ଆଣିଥିଲେ  । ଶାନ୍ତିମୌ୍ତ୍ରୀ ଅନୁଷ୍ଠାନର ମନମାନି କାର୍ଯ୍ୟକଳାପ ଉପରେ ଗ୍ରାମବାସୀ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ତୁରନ୍ତ ଜିଲ୍ଲା ପ୍ରଶାସନ ଉକ୍ତ ବେସରକାରୀ ଅନୁଷ୍ଠାନ ହାତରୁ ମହାପରାୟଣ ଗାଡି ଦାୟତ୍ୱ ହଟାଇବା ପାଇଁ ଦାବୀ ହେଉଛି  । 

କନ୍ଧମାଳରୁ ---ମନୋଜ କୁମାର ପଣ୍ଡା 

 

ads

Blog Archive

Popular Posts