ads

Breaking News

କୁକୁଡା ଫାର୍ମ ଘରେ କଟୁଛି ଜୀବନ: ସରକାରି ଯୋଜନା ସାତ ସପନ

ଗୋପ ---  ୨୦୧୯ ବେଳକୁ ଓଡିଶାରେ କୌଣସି ଗ୍ରାମରେ କଚାଘର ନ ଥିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ପନ୍ଦର ଦିନ ପରେ ୨୦୧୯ ବର୍ଷ ଆରମ୍ଭ ହେବ  । ସରକାରଙ୍କ ଘୋଷଣା ଏକମାତ୍ର ପମ୍ପା ମାଠିଆ ସଦୃଶ୍ୟ ହୋଇଛି । ସରକାରଙ୍କ ଘୋଷଣ ବା ଯୋଜନା ସବୁ ସେମାନଙ୍କ କର୍ମୀ ମାନଙ୍କ ପାଇଁବୋଲି କହନ୍ତି   । ସାଧାରଣ ଜନତାଙ୍କ ପାଇଁ ବିଜେଡି ସରକାରଙ୍କ ଯୋଜନା ସାତ ସପନ ହୋଇଛି  । ବିଜେଡି ସରକାରଙ୍କ ପ୍ରଗତି ପଥେ ଗୋପ ବ୍ଳକର ମହଲପଡା ପଞ୍ଚାୟତର  ଆମ୍ଭିଳ ଗାଁ ପ୍ରମାଣ ଦେଇଛି । ଜଣେ ବିଧବା ମହିଳା କୁକୁଡା ଫାର୍ମ ଘରେ  ପରିବାର ସହ ରହୁଛନ୍ତି ।  ବିଜୁ ପକ୍କାଘର , ମୋ କୁଡିଆ ତାଙ୍କ ପାଇଁ ହୋଇଯାଇଛି ସାତ ସପନ  । ସୁଚନା ଯୋଗ୍ୟଯେ ଉତ୍ତମ ସ୍ୱାଇଁ  ପରିବାର ଦରିଦ୍ରରେଖା ତଳେ ରହିଛନ୍ତି । ତାଙ୍କ ପୁଅ ହାତ ଉଧାର କରି ଏକ ଛୋଟ କୁକୁଡା ଫାର୍ମ କରି ପରିବାର ପୋଷଣ କରୁଥିଲେ  । ଦଇବ ଚଡକ ପଡିଲା ଉକ୍ତ ପରିବାରଙ୍କ ଉପରେ  । ଲଗାଣ ବର୍ଷାରେ ରହୁଥିବା ଝାଟିମାଟି ଘର ଖଣ୍ଡିକ ଓଲଟି ପଡିଲା  । କୌଣସି ଉପାୟ ନ ପାଇ ଶେଷରେ କୁକୁଡା ଫାର୍ମ ଘରେ ପରିବାର ସହ ରହିଲେ  । ପୁଆ ବାଧ୍ୟ ହୋଇ ଘର ଛାଡି ଦେଇ ଦାଦନ ଖଟିବା ପାଇଁ ପଳେଇଲା  । ବିଧବା ମହିଳା ଜଣଙ୍କ ଘର ଖଣ୍ଡେ ପାଇଁ ବ୍ଳକ ପ୍ରଶାସନ ଠାରୁ ଜନ ପ୍ରତିନିଧି ମାନଙ୍କ ପାଖକୁ ଦୌଡି ଦୌଡି ନିରାଶ ହୋଇ ପଡିଛନ୍ତି ବୋଲି ସେ କହନ୍ତି  । ସରକାର ବିଭିନ୍ନ ଯୋଜନା କରୁଛନ୍ତି ମାତ୍ର ସେ ଗୁଡିକ କିପରି କାର୍ଯ୍ୟ କରୁଛି ତାହା ଦେଖିବାକୁ ସତେ ଯେପରି କେହି ନାହାନ୍ତି ବୋଲି ଜଣାପଡୁଛି । ଏ ସମ୍ପର୍କରେ ବ୍ଳକ ଅଧ୍ୟକ୍ଷ ଓ ବିଡିଓ ସଫେଇ ଦିଅନ୍ତି ସେ ଯଦି ପାଇବା ପାଇଁ ହକ୍ଦାର ତା ହେଲେ ତାଙ୍କୁ ନିଶ୍ଚୟ ଘର ଯୋଗାଇ ଦିଆଯିବ ବୋଲି କହନ୍ତି । ଦେଖାଯାଉ କୁକୁଡା ଫାର୍ମ ଘରୁ ଉକ୍ତ ପରିବାର କେବେ ଉଧାର ପାଉଛନ୍ତି ତାହା ସମୟ ହିଁ କହିବ । ତୁରନ୍ତ ପୁରୀ ଜିଲ୍ଲାପାଳ ନଜର ଦେବାକୁ ଗୋପ ବ୍ଳକର ବୁଦ୍ଧିଜିବୀ ମାନେ ଦାବୀ କରିଛନ୍ତି । 

ନିମାପଡାରୁ ଜୟନ୍ତ କୁମାର ସେଠୀ  

Kukuda ghare katushi

ads

Blog Archive

Popular Posts