ads

Breaking News

ଡେଲାଙ୍ଗରେ ପିଠା କାର୍ଯ୍ଯକ୍ରମକୁ କୃଷି ଓପଞ୍ଚାୟତ ରାଜ ମନ୍ତୀ ପ୍ରଦୀପ ମହାରଥୀ ଶୁଭାରମ୍ଭ କଲେ


ଡେଲାଙ୍ଗ--- ଡେଲାଙ୍ଗ ବ୍ଳକର ଅଭୟମୁଖୀ ଓ ବେରବୋଇ ଗ୍ରାମ ପଞ୍ଚାୟତରେ ସରକାରଙ୍କ ‘ପିଠା’ କାର୍ଯ୍ୟକ୍ରମକୁ କୃଷି ଓ ପଞ୍ଚାୟତ ରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ  କରିଛନ୍ତି ।  ଅଭୟମୁଖୀ ପଞ୍ଚାୟତ କାର୍ଯ୍ୟାଳୟ ପାଖରେ ଥିବା ରାଜୀବ ଗାନ୍ଧି ଭବନ ପରିସରରେ ଅନୁଷ୍ଠିତ ସଭାରେ ବ୍ଳକ ବିଡିଓ କ୍ଷୀରୋଦ କୁମାର ପ୍ରଧାନ ସଭାପତିତ୍ୱ କରିଥିଲେ  । ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ସମବାୟବିତ୍ତ ତଥା ପୂର୍ବତନ ବ୍ଳକ ଅଧ୍ୟକ୍ଷ ବୈରାଗୀ ଜେନା, ଜିଲ୍ଲା ପରିଷଦ ସଭ୍ୟ ଦେବାଶିଷ ନନ୍ଦ,  ନେଡାଲ ଅଫିସର ଡିପିସି ସୌନ୍ଦର୍ଜ୍ୟ ମଞ୍ଜରୀ ଦାଶ, ପୁରୀ ଡିଆରଡିଏ ର ପ୍ରୋଗାମ ଅଫିସର କୈଳାସ ଚନ୍ଦ୍ର ରାଉତ, ଡେଲାଙ୍ଗ ବ୍ଳକର ସିଡିପିଓ କାମିନୀ ବାଳା ସ୍ୱାଇଁ , ଜିପିଓ ପୂର୍ଣ୍ଣଚନ୍ଦ୍ର ସେଠୀ, ସମାଜ ମଙ୍ଗଳ ଅଧିକାରୀ ତପନ କୁମାର ଦାଶ,  ସରପଞ୍ଚ ପ୍ରସନ୍ନ କୁମାର ପରିଡା, ସମସତିସଭ୍ୟା ରଶ୍ମିତା ଜେନା, ଡେଲାଙ୍ଗ ମିଶନ ଶକ୍ତି ମହିଳା ମହାସଂଘର ସଭାନେତ୍ରୀ ବିଦ୍ୟୁଲତା ସ୍ୱାଇଁ, ପୂର୍ବତନ ସରପଞ୍ଚ କୃର୍ଷ୍ଣଚନ୍ଦ୍ର ସେନାପତି ପ୍ରମୁଖ ଉପସ୍ଥିତ ରହିଥିଲେ  । ବିଡିଓ ସଭାରେ ସଭାପତିତ୍ୱ କରି ଏହି କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ  । ମନ୍ତ୍ରୀ ଶ୍ରୀ ମହାରଥୀ କହିଥିଲେ ଏଣିକି ସରକାରଙ୍କ ଯୋଜନାରେ ଜଣେ ବ୍ୟକ୍ତି ସମାିଲ ହେଲା ପରେ ସେ ଆଉ ବ୍ଳକ ଯିବ ନାହିଁ ତା ପାଖକୁ ବ୍ଳକ ପ୍ରଶାସନ ଆସି ଯୋଜନା ସମ୍ପର୍କରେ ବୁଝାଇବା ସହ ସମସ୍ତ ସୁବିଧା ଅସୁବିଧା କଥା ପଚାରି ବୁଝିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପିଠା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ବୋଲି ମନ୍ତୀ କହିଥିଲେ  । ବ୍ଳକ ଅଧ୍ୟକ୍ଷ ଶ୍ରୀ ସାହୁ କହିଥିଲେ ମୁଖ୍ୟମନ୍ତ୍ରୀ ଲୋକଙ୍କ ସେବା ପାଇଁ ଯେତିକି ତତ୍ପରତା ପ୍ରକାଶ କରୁଛନ୍ତି ତାହାକୁ କାର୍ଯ୍ୟକାରୀ କରିବାରେ ମୁଖ୍ୟ ବିନ୍ଧାଣୀ ସାଜିଛନ୍ତି କୃଷି ଓ ପଞ୍ଚାୟତ ରାଜ ମନ୍ତ୍ରୀ ଶ୍ରୀ ମହାରଥୀ ବୋଲି କହିଥିଲେ  । ପୂର୍ବତନ ବ୍ଳକ ଅଧ୍ୟକ୍ଷ ଶ୍ରୀ ଜେନା କହିଥିଲେ ଏ କାର୍ଯ୍ୟକ୍ରମ ସମ୍ପର୍କରେ ବୁଝିଲେ ବିରୋଧୀ ଦଳଙ୍କର ମୁଣ୍ଡ କ’ଣ ହୋଇଯିବ । ପାଲା, ସଭା, ପ୍ରୋଜେକ୍ଟ ମାଧ୍ୟମରେ ଓ ଷ୍ଟଲ ମାଧ୍ୟମରେ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ସମ୍ପର୍କରେ ସଚେତନତା କରାଇବା ଓ ବ୍ଳକ କାର୍ଯ୍ୟାଳୟକୁ ନ ଆସି ପଞ୍ଚାୟତରେ ସେ ଗୁଡିକ ପ୍ରଦାନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦ୍ୟେଶ ବୋଲି କହିଥିଲେ  । ଏହି ଅବସରରେ କଳାକାର ଭର୍ତ୍ତା ୨ ଜଣ, ମଧୁବାବୁ ଭର୍ତ୍ତା ୮୭ଜଣ, ରାସନ କାର୍ଡ ୪୬ ଓ ସରକାରଙ୍କ ଗାଇଡି ଲାଇନି ଅନୁଯାୟୀ ବା ସଠିକ ସମୟରେ ଗୃହ ନିର୍ମାଣ କରିଥିବାରୁ ସେମାନଙ୍କୁ ଆର୍ଥିକ ପ୍ରୋସାହନ ରାଶି ୨୭ ଜଣଙ୍କୁ ମନ୍ତ୍ରୀଙ୍କ ଉପସ୍ଥିତିରେ ବଣ୍ଟନ କରା ଯାଇଛି ବୋଲି ପଞ୍ଚାୟତ ଅଧିକାରୀ ଦୁର୍ଯ୍ୟେଧନ ଜେନାଙ୍କ ଠାରୁ ପ୍ରକାଶ ବିଭିନ୍ନ ଗୋଷ୍ଠୀ ମାନଙ୍କ ଦ୍ୱାରା ପିଠା ପ୍ରଦର୍ଶନୀ କରାଯାଇଥିଲା  । ସେହିପରି ବେରବୋଇ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ପିଠା କାର୍ଯ୍ୟକ୍ରମକୁ କୃଷି ଓ ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ ଉଦ୍ଘାଟନ କରିବା ସହ୮୫ ଜଣଙ୍କୁ  ଭର୍ତ୍ତା ଓ ୧୦ ଜଣ ଆର୍ଥିକ ପ୍ରୋସାହନ ରାଶି ହିତାଧିକାରୀ ମାନଙ୍କୁ ପ୍ରମାଣ ପତ୍ର ବଣ୍ଟନ କରିଥିଲେ  । ଏଥିରେ ବିଡିଓ କ୍ଷୀରୋଦ ପ୍ରଧାନ, ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ  ସାହୁ, ପୂର୍ବତନ ବ୍ଳକ ଅଧ୍ୟକ୍ଷ ବୈରାଗୀ ଜେନା, ସହକାରୀ ଯନ୍ତ୍ରୀ ରମେଶ ସ୍ୱାଇଁ ସରପଞ୍ଚ ଜ୍ୟୋତିମୟୀ ସ୍ୱାଇଁ, ସମିତି ସଭ୍ୟ ଅଭିମନ୍ୟୁ ରାଉତ, ପଞ୍ଚାୟତ ଅଧିକାରୀ ମୁଖେଶ ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ  । ଯୁବ ସାମାଜିକ କର୍ମୀ କୈଳାସ ସ୍ୱାଇଁ ( ବାପି) କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ  । ଅନ୍ୟ ମାନଙ୍କ ମଧ୍ୟରେ ସାଉରିଆ ସରପଞ୍ଚ ଦୁର୍ଯ୍ୟେଧନ ସାହୁ, ସୁଜନପୁର ପୂର୍ବତନ ସରପଞ୍ଚ ବିପିନି ବିହାରୀ ନରେନ୍ଦ୍ର, ଧାନକେରା  ପୂର୍ବତନ ସରପଞ୍ଚ ଉପେନ୍ଦ୍ର ପ୍ରଧାନଙ୍କ ସହ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟସଭ୍ୟା , ଆଶାକର୍ମୀ, ଅଙ୍ଗନୱାଡି କର୍ମୀ ପ୍ରମୁଖ ଉପସ୍ଥିତି ରହିଥିଲେ  ।  

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts