ସ୍ବଚ୍ଛ ଓଡିଶା ସୁସ୍ଥ ଓଡିଶା ସଚେତନତା ପାଇଁ ମାରାଥନ ଦୌଡ
ଡେଲାଙ୍ଗ---ଡେଲାଙ୍ଗ ବ୍ଳକର ଜଳ ଓ ପରିମଳ ମିଶନ ପକ୍ଷରୁ ଡେଲାଙ୍ଗ କଲେଜ ପରିସରରୁ ଡେଲାଙ୍ଗ ହାଟ ବଜାର ବିଜୁ ବାବୁଙ୍କ ପ୍ରତ୍ତିମୂର୍ତ୍ତି ପର୍ଯ୍ୟନ୍ତ ଏକ ମିନି ମାରାଥନ ଦୌଡ ହୋଇଥିଲା । ଏହାକୁ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ବିଡିଓ କ୍ଷୀରୋଦ ପ୍ରଧାନ, ଗାଦିବ୍ରହ୍ମ କଲେଜର ଅଧ୍ୟକ୍ଷ ସରୋଜ କୁମାର ପଣ୍ଡା, ମିଶନ ଶକ୍ତି ମହିଳା ମହାସଂଘର ସମ୍ପାଦିକା ବାସନ୍ତୀ ସାହୁ ସବୁଜ ପତକା ହଲାଇ ଶୁଭାରମ୍ଭ କରିଥିଲେ । ଏହି ଦୌଡରେ କଲେଜର ଛାତ୍ର ଛାତ୍ରୀ ଓ ବିଜୁ ଯୁବ ବାହିନୀ ଓ ମହିଳା ମହାସଂଘର ସଦସ୍ୟା ଓ ବିଭିନ୍ନ ଅନୁଷ୍ଠାନର ସଦସ୍ୟା ମାନେ ଏଥିରେ ସାମିଲ ହୋଇଥିବାର ଦେଖାଯାଇଥିଲା । ଅନ୍ୟ ମାନେଙ୍କ ମଧ୍ୟରେ ଜିଲ୍ଲା ଜଳ ପରିମଳ ସଂଯୋଜକ ରଞ୍ଜନ ସାହୁ, ମିଶନ ଶକ୍ତି ମହିଳା ମହାସଂଘର ସଭାନେତ୍ରୀ ବିଦ୍ୟୁଲତା ସ୍ୱାଇଁ, ବ୍ଳକ ସଂଯୋଜକ ରତ୍ନାକର ବାରିକ, ରାକେଶ ରାୟ, ପ୍ରକାଶ ଖଟୋଇ, ବିଜୟ ଶତପଥୀ, ବିନୟ ଶତପଥୀ, ଦେବବତ୍ର ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ । ଜଳ ଓ ପରିମଳ ମିଶନର ବ୍ଳକ ଜେଇ ସ୍ୱାଗତିକା ପ୍ରଧାନ କାର୍ଯ୍ୟକ୍ରମଟିକୁ ସଂଯୋଜନା କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
Minl marathan


