ବିଶ୍ବ ମାନବିକ ଅଧିକାର ଦିବସରେ ରକ୍ତ ଦାନ ଶିବିର
ଡେଲାଙ୍ଗ ----ଡେଲାଙ୍ଗ ବ୍ଳକର ଜେନାପୁର ଗ୍ରାମ ପଞ୍ଚାୟତର ପୋଷଲ ଠାରେ ବିଶ୍ୱ ମାନବିକ ଅଧିକାର ଦିବସ ଉପଲକ୍ଷେ ପଞ୍ଚାୟତର ବିଜୁ ଯୁବ ବାହିନୀ ଓ ଜୀବନ ବିନ୍ଦୁଅଭିଯାନର ମିଳିତ ସହଯୋଗରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଜିଲ୍ଲା ଜୀବନ ବିନ୍ଦୁ ସଂଯୋଜକ ଶୁବାସିିିସ ଖୁଣ୍ଠିଆ ଉଦ୍ଘାଟନ କରିଥିଲେ । ଅତିଥି ଭାବେ ପଞ୍ଚାୟତର ସମିତିସଭ୍ୟ ପ୍ରଭାତ କୁମାର ଜେନା, ସରପଞ୍ଚ ବୀଣାପାଣି ମହାପାତ୍ର, ଓ ବିଜୁ ଛାତ୍ର ଜନତା ଦଳର ବ୍ଳକ ସଭାପତି ସୁଦିପ୍ତ ନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରଫୁଲ ମଲିକ ବ୍ଳକ ବିଜୁ ଯୁବ ବାହିନୀର ସଂଯୋଜକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପଞ୍ଚାୟତର ବିଜୁ ଯୁବ ବାହିନୀର ସଭାପତି ଦୀପକ କୁମାର ବେହେରା, ସମ୍ପାଦକ ପ୍ରକାଶ କୁମାର ସ୍ୱାଇଁ ଓ କୋଷାଧ୍ୟକ୍ଷ ଶିବ ଶଙ୍କର ଚଇନି ପ୍ରମୁଖ ସହଯୋଗ କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
Bjd b j bhaini


