ଜାତୀୟ ଶିଶୁ ସୁରକ୍ଷା ଆୟୋଗଙ୍କ ପକ୍ଷରୁ ଯାଞ୍ଚ ଆରମ୍ଭ
କୋଣାର୍କ -----ଢେଙ୍କାନାଳ ରେ ଗୁଡ଼ ନ୍ୟୁଜ ଇଣ୍ଡିଆ ସେଲଟର ହୋମ ରେ ନା ବାଳିକା ଙ୍କୁ ଯୌନ ନିର୍ଯ୍ୟାତନା ଘଟଣା ସାମ୍ନାକୁ ଆସିବା ପରେ ଚେତିଛି ଜାତୀୟ ଶିଶୁ ସୁରକ୍ଷା ଆୟୋଗ । ଏନେଇ ଏହାର ସଦସ୍ୟ ଢେଙ୍କାନାଳ ସମେତ ପୁରୀ ସହିତ ବିଭିନ୍ନ ଜିଲ୍ଲା ଗସ୍ତ କରି ବିଭିନ୍ନ ସେଲଟର ହୋମ ଯାଞ୍ଚ ଅରମ୍ବ କରିଛନ୍ତି । ପୁରୀ ରେ ଜାତୀୟ ସୁରକ୍ଷା ଆୟୋଗ ର ସଦସ୍ୟ ପାୟଲ ଶର୍ମା ଗତ କାଲି ଠାରୁ ପହଞ୍ଚି ଥିବା ବେଳେ ଆଜି ଠାରୁ ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲି ସେଲଟର ହୋମ ଗୁଡିକ ର ଅବସ୍ଥା ଯାଞ୍ଚ ଆରମ୍ଭ କରିଛନ୍ତି । ଏହି ଘଟଣା କୁ ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ମେନକା ଗାନ୍ଧୀ ରାଜ୍ୟ ସରକାର ଙ୍କ ଉପରେ ଗଭୀର ଅସନ୍ତୋଷ ପ୍ରକାଶ କରିଥିଲେ। ପରେ ଦିଲୀ ରୁ ଜତୀୟ ଶିଶୁ ସୁରକ୍ଷା ଆୟୋଗ ପକ୍ଷରୁ ଟିମ ଓଡିଶା ଗସ୍ତ କରି ସେଲଟର ହୋମ ଗୁଡିକ ଯାଞ୍ଚ ଆରମ୍ଭ କରିଛନ୍ତି । ଏମାନେ ପୁରୀ , ସତ୍ୟବାଦୀ, କଣାସ ଓ ଡେଲାଙ୍ଗରେ ଥିବା ଶିଶୁ ସେଲଟର ଗୃହ ଗୁଡିକ ବିଭିନ୍ନ ଦିଗକୁ ଆଧାର କରି ଯାଞ୍ଚ କରିଥିବାର ଜଣାପଡିଛି ।
ନିମାପଡାରୁ ଜୟନ୍ତ ସେଠୀ
Jatiya sisu surekha


