ପୁରୀ ଜିଲ୍ଲାରେ ବାର୍ଡ ଫ୍ଲୁ ଆଶଙ୍କା , କୁକୂଡା ମରା ଅଭିଯାନ
କୋଣାର୍କ----- ପୁରୀ ଓ ବ୍ରହ୍ମଗିରି ରେ ବାର୍ଡ ଫ୍ଲ ଆଶଙ୍କା।
ଚିଲିକା ପକ୍ଷୀ ଅଭୟାରଣ୍ୟ ସହିତ ପୁରୀ ଓ ବ୍ରହ୍ମ ଗିରି ଅଞ୍ଚଳରେ କାଉ ମଡ଼କ , ଅନ୍ୟକିଛି ପକ୍ଷୀ ସହ କୁକୁଡ଼ା ଙ୍କ ମୃତ୍ୟୁ ଯୋଗୁ ବାର୍ଡ ଫ୍ଲୁ ଆଶଙ୍କା କରିଛନ୍ତି ପୁରୀ ଓ ବ୍ରହ୍ମଗିରି ସ୍ଥାନୀୟ ଲୋକେ । ତେବେ ଏହି ଖବର ମିଳିବା ପରେ ପୁରୀ ଜିଲା ବନ ବିଭାଗ ,ପଶୁସମ୍ପଦ ବିଭାଗ ମିଳିତ ଭାବେ ଯାଇ ଉକ୍ତ ଅଞ୍ଚଳ ପରିଦଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏଥି ସହିତ ମୃତ କାଉ, ଅନ୍ୟ ପକ୍ଷୀ ,ମୃତ କୁକୁଡ଼ା ର ରକ୍ତ ର ନମୁନା ସଂଗ୍ରହ କରାଯାଇ ଏହାର ପରୀକ୍ଷା ନିମନ୍ତେ କଟକ ଫୁଲନଖରା ସ୍ତିତ ପଶୁପକ୍ଷୀ ରୋଗ ଗବେଷଣା ପ୍ରତିଷ୍ଠନ ପରୀକ୍ଷା ଗାରକୁ ପଠାଯାଇଛି । ଏଥି ସହି ଏହି ନମୁନା ର ପରୀକ୍ଷା ପାଇଁ ଭୋପାଳ ସ୍ତିତ ପରୀକ୍ଷା ଗାରକୁ ପଠାଯାଇଛି ବୋଲି ପୁରୀ ମୁଖ୍ୟ ପଶୁ ସଂପଦ ଅଧିକାରୀ କହିଛନ୍ତି। ତେବେ ବର୍ତ୍ତମାନ ଲକ୍ଷଣ କୁ ଅନୁଧ୍ୟାନ କଲେ କାଉ ମଡକ ବାର୍ଡ ଫ୍ଲୁ ଜନିତ ନୁହେଁ ବୋଲି ଜିଲା ପଶୁସମ୍ପଦ ଅଧିକାରୀ କହିଛନ୍ତି। ସେହିପରି କୃଷ୍ନ ପ୍ରସାଦ ଅଞ୍ଚଳରେ ଏକ ଫାର୍ମ ରେ ମରିଥିବା କୁକୁଡ଼ା ନିମୋନିଆ ଯୋଗୁ ମୃତ୍ୟ ହୋଇ ଥିବା ପଶୁ ସଂପଦ ଅଧିକାରୀ କହିଛନ୍ତି । ତେବେ ଏ ନେଇ ଭୟ ଭିତ ହେବାର କୌଣସି କାରଣ ନ ଥିବା ପୁରୀ ପଶୁସମ୍ପଦ ଅଧିକାରୀ କହିଛନ୍ତି । ପରିସ୍ଥିତି ପ୍ରତି ବିଭାଗ ନଜର ରଖିଛି। ତେବେ ରକ୍ତ ନମୁନା ରିପୋର୍ଟ ଆସିବା ପରେ ସବୁ କିଛି ଜଣାପଡିବ ବୋଲି ପୁରୀ ପଶୁସମ୍ପଦ ଅଧିକାରୀ କହିଛନ୍ତି। ଭୋପାଳ ଯାଇଥିବା ୨୦ଟି ରକ୍ତ ନମୁନା ମଧ୍ଯରୁ ୪ଟି ରକ୍ତ ନମୁନା ପଜିଟିଭ ଆସିଛି । ରକ୍ତ ନମୁନା କରାଯାଇଥିବା ଗ୍ରାମ ଗୁଡିକରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୂ କୁକୂଡା ମରା ଅଭିଯାନ ହେବ । ସେ ଗ୍ରାମଗୁଡିକ ହେଲା କୃଷ୍ଣପ୍ରସାଦ ବ୍ଳକର ବୁଦ୍ଦିବର,ସାନସାହି,ପଥରଗଞ ଓଅଳନ୍ଦା ଗ୍ରାମରୁ କୁକୁଡା ଆଜି ମରା ଆରମ୍ଭ ହୋଇଛି ବୋଲି ଜିଲ୍ଳା ମୁଖ୍ୟ ପ୍ରାଣୀ ଚିକିସା ଅଧିକାରୀ ଗିରିଜା ପ୍ରସାଦ ପଟ୍ଟନାୟକଙ୍କ ଠାରୁ ସୁଚନା ମିଳିଛି ।
ନିମାପଡାରୁ ଜୟନ୍ତ ସେଠୀ


