ads

Breaking News

ବ୍ଳକ ସ୍ତରୀୟ ଗଣିତ,ବିଞାନ ଓ ପରିବେଶ ପଦର୍ଶନୀ ମେଳା

ଅତାବିରା--- ଅତାବିରା ବାଳକ ବିଦ୍ୟାଳୟ ପରିସରରେ ମଣ୍ଡଳ ସ୍ତରୀୟ ଗଣିତ, ବିଜ୍ଞାନ ଓ ପରିବେଶ ପ୍ରଦର୍ଶନୀ ମେଳାକୁ  ହସ୍ତତନ୍ତ୍ର ବୟନ ଶିଳ୍ପ ମନ୍ତ୍ରୀ  ସ୍ନେହଙ୍ଗିନୀ ଛୁରିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭଣ୍ଡଳ ସ୍ତରୀୟ ବିଜ୍ଞାନ ମେଳାକୁ ଉଦ୍ଘାଟନ କରିଥିଲେ  । ଅନୁଷ୍ଠିତ ସଭାରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରକାଶ ଯୋଶୀ ସମ୍ମାନୀତ ଅତିଥି , ମଣ୍ଡଳ ଶିକ୍ଷା ଅଧିକାରୀ ରାଜାରାମ ମେହେର ଯୋଗ ଦେଇଥିଲେ  । ଉତ୍ସବରେ ଅତିଥି ମାନେ କୁନି କୁନି ପିଲାମାନେ ସତ୍ୟର ସନ୍ଦାନକୁ ଖୋଜି ବାହାର କରିବା ଦରକାର  । ଏମାନଙ୍କ ମଧ୍ୟରେ ବୈଜ୍ଞାନିକ ଦୃଷ୍ଟିକୋଣ ଓ ଜିଜ୍ଞାସ ରହିବା ଦରକାର  । ଭଗବାନଙ୍କ ପ୍ରତି ବିଶ୍ୱାସ ରଖିବା ଠିକ ତା ନୁହେଁ ଯେ ଭଗବାନଙ୍କ ଉପରେ ସବୁ ଛାଡି ଦେଇ ଆମେ ଚୁପ ହୋଇ ବସି ରହିବା ଏହା ଠିକ ନୁହେଁ , ଭଗବାନଙ୍କ  ସୃଷ୍ଟିରେ ସେ ସମୟରେ ମଧ୍ୟ ବିଜ୍ଞାନ ଥିଲା ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ  । ବିଭିନ୍ନ ବିଦ୍ୟାଳୟରୁ ୧୨୮ଟି ପ୍ରକଳ୍ପ ସ୍ଥାନ ପାଇଥିଲା  । ସବ୍ଜୁନିୟର ଗ୍ରୁଫରେ ଦେବ ପ୍ରସାଦ ଛନ୍ଦ, ସଶ୍ମିତା ଉୁଏ, ରଶ୍ମିତା ସେଠ୍, ଜୁନିୟର ବିଭାଗରେ ଚୈତନ୍ୟ ପ୍ରଧାନ, ଆଶୁତୋଷ ନାଏକ, ଚିନ୍ମୟୟ କୁମାର ସାହୁ ମନୋନୀତ ହୋଇଥିବା ବେଳେ ସିନିୟର ବିଭାଗରେ ମନୀଷ ପ୍ରଦାନ, ଉତ୍ସବ କର୍ଣ୍ଣ, ସମୀକ୍ଷା ରାଣୀ ଆଚାର୍ଯ୍ୟ କୃତି ଛାତ୍ର ଛାତ୍ରୀ ମାନେ ଅତିଥି ମାନଙ୍କ ଠାରୁ ପୁରଷ୍କାର ଗ୍ରହଣ କରିଥିଲେ  । ମଣ୍ଡଳ ଶିକ୍ଷା ଅଧିକାରୀ ରାଜାରାମ ମେହେର ଉଦ୍ଯାପନ ଉତ୍ସବରେ ସଭାପତିତ୍ୱ କରିଥିଲେ  । ଅତିଥି ଭାବରେ ଏନ.ଏ.ସିର ଅଧ୍ୟକ୍ଷା ଦୀପାଞ୍ଜଳୀ ଉରା  ସାଗର, ବ୍ଳକ ଅଧ୍ୟକ୍ଷା ରୀତା ସାହୁ , ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀ ପୂଜାରୀ ପ୍ରମୁଖ  ଯୋଗଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆନନ୍ଦ ମେହେର ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ । ନିଶିକାନ୍ତ ପଣ୍ଡା ଧନ୍ୟବାଦ ଦେଇଥିଲେ   । 

ଅତାବିରାରୁ ନବୀନ ଦାଶ 

Mandala

ads

Blog Archive

Popular Posts