ଗୋଦାମ ଘରୁ ନାଗ ସାପ ଉଦ୍ଦାର
ଡେଲାଙ୍ଗ--- ଡେଲାଙ୍ଗ ହାଟ ବଜାର ସ୍ଥିତ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁଙ୍କ ଗୋଦାମ ଘରୁ ନାଗ ସାପ ଉଦ୍ଦାର କରାଯାଇଛି । ଲୋକମାନେ ଦେଖିବା ପରେ ସାପଟି ଭୟରେ ଗୋଦାମ ଘରେ ପଶି ରହିଥିଲା । କିଛି ଲୋକ ମାରିବା ପାଇଁ ଉଦ୍ଦ୍ୟମ ହୋଉଥିବା ବେଳେ ବ୍ଳକ ଅଧ୍ୟକ୍ଷ ଶ୍ରୀ ସାହୁ ସଙ୍ଗେ ସଙ୍ଗେ ବେରବୋଇର ଉଦୟପୁର ଗ୍ରାମର ପ୍ରହଲ୍ଲାଦ ପ୍ରଧାନଙ୍କୁ ଡାକିଥିଲେ । ସେ ସଙ୍ଗେ ସଙ୍ଗେ ଆସି ଏକ ବାଡି ସାହାର୍ଯ୍ୟରେ ପ୍ରାୟ ୫ ଫୁଟ ଲମ୍ବାର ନାଗ ସାପଟିକୁ ସେ ଧରିବାରେ ସକ୍ଷମ ହୋଇଥିଲେ । ସାପଟିକୁ ଧରିବା ପରେ ପରେ ଶ୍ରୀ ପହଲ୍ଲାଦ କିଛି ସମୟ ପାଇଁ ସାପଟିକୁ ଖେଳାଇବା ପରେ ପାଖ ଜଙ୍ଗଲରେ ନେଇକି ଛାଡି ଦେଇଥିବା ଜଣାପଡିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
Naga sapa


