ନିଜ ଜୀବନକୁ ବାଜି ଲଗାଇ ଅନ୍ଯକୁ ବଞ୍ଚାଉଛନ୍ତି ପ୍ରହଲ୍ଲାଦ
ଡେଲାଙ୍ଗ---- ଡେଲାଙ୍ଗ ବ୍ଳକର ବେରବୋଇ ଗ୍ରାମ ପଞ୍ଚାୟତର ଉଦୟପୁର ଗ୍ରାମର ପ୍ରହଲ୍ଲାଦ ପ୍ରଧାନ ନିଜ ଜୀବନକୁ ବାଜି ସାପ ଧରି ଚାଲିଛନ୍ତି । ଯାହାକି ଅନ୍ୟ ମାନଙ୍କୁ ସେ ସର୍ପଘାତରୁ ବଞ୍ଚାଇ ପାରୁଛନ୍ତି । ସେ ୧୫ ବର୍ଷ ହେଲା ଏହି କାର୍ଯ୍ୟ କରି ଚାଲିଛନ୍ତି । ସକାଳ ହୋଉ ବା ରାତି ହେଉ ଫୋନ ପାଇଲେ ମଧ୍ୟ ସେଠାକୁ ସେ ଚାଲି ଯାଇଥାନ୍ତି । ସାପ ଧରିବା ଏବେ ତାଙ୍କର ନିଶା ପାଲିଟି ଯାଇଛି । ସାପ ଧରିବା ପାଇଁ ଯେଇଁ ସଂସ୍ଥା ବାଡି ବ୍ୟାଗ ଆଦି ଉପକରଣ ଯୋଗାଇ ଦେଇଥିବା ବେଳେ ପ୍ରହଲ୍ଲାଦ ଏବେ ନିଜ ହାତରେ ସାଫ ଧରି ଚାଲିଛନ୍ତି । ଖଣ୍ଡିଏ ବାଡି ବା ଠେଙ୍ଗା ଧରିଲେ ସାପକୁ ସେ ଆୟତକୁ ଆଣି ପାରିଥାନ୍ତି । ସାପ ଧରିବା ପରେ ସେ ପାଖ ଜଙ୍ଗଲରେ ସାପ ଗୁଡିକଙ୍କୁ ଛାଡି ଦେଇଥାନ୍ତି । ମାତ୍ର କୌଣସି ତାଲିମ ନ ନେଇଥିବାରୁ ସାପର ଜାତି , ବୟସ ସେ ସଠିକ ଜାଣି ପାରୁନାହାନ୍ତି ବୋଲି କହନ୍ତି । ସ୍ନେକ ହେଲପ ଲାଇନି ତରଫରୁ ତାଙ୍କୁ ସାପ ଧରିବା ପାଇଁ ତାଲିମ ଓ ବାଡି ଯୋଗାଇ ଦେବାକୁ ସାଧାରଣରେ ଦାବୀ ହେଉଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି


