ବିଦ୍ଯାଳୟରେ ପୋଷାକ ବିତରଣ କାର୍ଯ୍ଯକ୍ରମ
ଡେଲାଙ୍ଗ---ଡେଲାଙ୍ଗ ବ୍ଲକର ଉଦୟପୁର ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପୋଷାକ ବିତରଣ ଉତ୍ସବ ବିଦ୍ୟାଳୟର ପରିଚାଳନା କମିଟିର ଅଧ୍ୟକ୍ଷ ଉତ୍ସବରେ ମନୋରଂଜନ ପ୍ରଧାନ ସଭାପତିତ୍ୱରେ କରିଥିଲେ । ଏହି ପୋଷାକ ବିତରଣ ଉତ୍ସବରେ ମଣ୍ଡଳ ଶିକ୍ଷାଧିକାରି ନିରଞ୍ଜନ ପାତ୍ର ଓ ସହ ଶିକ୍ଷାଧିକାରୀ ଶରତ କୁମାର ମିଶ୍ର,ସମ୍ମାନିତ ଅତିଥିଭାବେ ସିଆରସିସି ଦିଲ୍ଲିପ କୁମାର ନାୟକ ଯୋଗ ଦେଇଥିଲେ । ଅତିଥିମାନେ ଛାତ୍ରଛାତ୍ରୀ ମାନଙ୍କୁ ଭଲପାଠ ପଢିବା ସହ ଅଞ୍ଚଳର ଓ ଦେଶ ର ଟେକ ରଖିବା ପାଇଁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବିନ୍ଦ୍ର ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ପରିଚାଳନା କମିଟି ର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ । ଗୁଆଳିପଡା ସମିତିସଭ୍ୟ ବାସୁଦେବ ଜେନା,ଶିକ୍ଷୟତ୍ରି ସସ୍ମିତା ମହାରଣା,କବିତା ପ୍ରଧାନ ଓ ନର୍ମତା ନାୟକଙ୍କ ଉପସ୍ଥିତିରେ ବ୍ଲକ ଶିକ୍ଷାଧିକାରି ନିରଜଂନ ପାତ୍ରଙ୍କୁ ବିଦ୍ୟାଳୟ ତରଫରୁ ଉପଢୌକନ ଦେଇ ସମ୍ବଦ୍ଧିତ କରାଯାଇଥିଲା । ଧନ୍ୟବାଦ ଦେଇଥିଲେ ସହକାରୀ ଶିକ୍ଷୟତ୍ରି ସଂଦ୍ଧ୍ୟାରାଣି ବେହେରା ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି


