ପିପିଲି ମହାବିଦ୍ଯୀଳୟ ଓଡିଆ ବିଭାଗ ପକ୍ଷରୁ ପାଠଚକ୍ର
ପିପିଲି-ପିପିଲି ମହାବିଦ୍ୟାଳୟରେ ଯୁକ୍ତ ତିନି ଓଡିଆ ବିଭାଗ ପକ୍ଷରୁ ଏକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ପାଠଚକ୍ରରେ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ଥିଲେ । ଓଡିଆ ଭାଷାର ଛନ୍ନତି ସହ ଅଧିକ ସଂଖ୍ୟାରେ ପିଲା ମାନେ କିପରି ଓଡିଆ ଭାଷା ପ୍ରତି ଆଗ୍ରହ ପ୍ରକାଶ ପାଇବ ସେ ସମ୍ପର୍କରେ ପାଠଚକ୍ରରେ ଯୋଗଦେଇଥିବା ଅତିଥି ମାନେ ମତ ରଖିଥିଲେ । ଓଡିଆ ବିଭାଗର ଶେଷ ବର୍ଷ ଛାତ୍ରୀ ସୋନାଲି ବେହେରା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଓଡିଆ ବିଭାଗର ଅଧ୍ୟାପକ ସୁଧାଂଶୁ ଶେଖର ଦାସ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ଡଃ ବେଣୁଧର ପାଢି ଏବଂ ସମ୍ମାନିତ ଅତିଥି ଲୋକନାଥ ସେଠୀ ଓ ମୁଖ୍ୟ ବକ୍ତା ଯୁକ୍ତ ଦୁଇ ଅଧ୍ୟାପକ ଭାନୁ ପଟ୍ଟନାୟକ, ଅଧ୍ୟାପିକା ପୁଷ୍ପଲତା ବିଶୋଇ ଓ ସ୍ମିତା ଲେଙ୍କା ପ୍ରମୁଖ ଯୋଗ ଦେଇ ନିଜ ନିଜର ମତ ରଖିଥଲେ । ମହାବିଦ୍ୟାଳୟର ଓଡିଆ ବିଭାଗର ଛାତ୍ର ଛାତ୍ରୀ ମାନଙ୍କ ପକ୍ଷରୁ ଅତିଥି ମାନଙ୍କୁ ମାନପତ୍ର ସହ ଉପଢୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ପିପିଲିରୁ ବିଜୟ ମହାପାତ୍ର
Odia patachkar


