ଡେଲାଙ୍ଗରେ ପିଠା ଯୋଜନା କାର୍ଯ୍ଯକାରିକୁ ସଫଳ କରିବା ପାଇଁ ପ୍ରସ୍ତୁତି ବୈଠକ
ଡେଲାଙ୍ଗ---- ରାଜ୍ୟ ସରକାର ଦ୍ୱାରା ପ୍ରଣୟନ କରାଯାଇଥିବା ବିଭିନ୍ନ ଜନ ହିତକର ଯୋଜନା ଲୋକଙ୍କ ପାକରେ ସଠିକ ଭାବରେ ପହଞ୍ଛିକି ନାହିଁ ତାହାର ତଦାରଖ କରିବା ପାଇଁ ପିଠା ନାମରେ ଏକ ଯୋଜନା ସରକାର ପ୍ରଣୟନ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ କୃଷି ଓ ପଞ୍ଚାୟତ ରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ ଶନିବାର ଦିନ ଡେଲାଙ୍ଗ ବ୍ଲକର ଅଭୟମୁଖୀ ଓ ବେରବୋଇ ଗ୍ରାମ ପଞ୍ଚାୟତରେ ଶୁଭାରମ୍ଭ କରିବେ ବୋଲି ବିଶେଷ ସୁତ୍ରରୁ ଜଣାପଡିଛି । ଏହି କାର୍ଯ୍ୟକ୍ରମ ସମସ୍ତ ପଞ୍ଚାୟତରେ ଅନୁଷ୍ଠିତ ହେବ । ୨୦ ତାରିଖରେ ଏହା ଶେଷ ହେବ । ଏହି କାର୍ଯ୍ୟକ୍ରମକୁ ସଫଳ ଓ ଜନ ସଚେତନତା କରିବା ପାଇଁ ଆଜି ଡେଲାଙ୍ଗ ବ୍ଳକ ପଞ୍ଚାୟତ ସମିତି ସଭାଗୃହ ପରିସରରେ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ବିଡିଓ ପ୍ରଦୀପ୍ତ ନାୟକ, ବ୍ଳକ ଉପାଧ୍ୟକ୍ଷାଙ୍କ ପ୍ରତିନିଧି କବିନ୍ଦ୍ର ବଳବନ୍ତରାୟ, ବ୍ଳକ ସମାଜ ମଙ୍ଗଳ ଅଧିକାରୀ ତପନ ଚନ୍ଦ୍ର ଦାଶ , ମିଶନ ଶକ୍ତି ମହିଳା ମହାସଂଘର ସମ୍ପାଦିକା ବାସନ୍ତୀ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ । ବ୍ଳକ ପଞ୍ଚାୟତ ସମ୍ପସାରଣ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଉପସ୍ଥିତ ଥିବା ପଞ୍ଚାୟତ ପ୍ରତିନିଧି, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଓ ଜନସାଧାରଣଙ୍କୁ ବୁଝାଇଥିଲେ। ।
ଡେଲାଙ୍ଗରୁ --- ଧୀରେନ୍ଦ୍ର ସେନାପତି
Pitha kjakarma


