ନିମାପଡାରେ କୃଷକ ମେଳା ଅନୁଷ୍ଠିତ
କୋଣାର୍କ----ପୁରୀ ଜିଲ୍ଲା ନିମାପଡା ବ୍ଳକର ଉଚ୍ଛପୁର ପଞ୍ଚ।ୟତ ଗଡଚାନ୍ଦପୁର ଗ୍ରାମରେ କୃଷକ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି କୃଷକ ମେଳାରେ ସ୍ଥାନିୟ ବିଧାୟକ ସମୀର ରଜଂନ ଦାଶ ମୁଖ୍ୟ ଅତିଥୀ ଭାବରେ ଯୋଗ ଦେଇ ଅ।ନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ରାଜ୍ଯ ସରକାର ଚାଷୀ ମାନଙ୍କ ପାଇଁ ବିଭିନ୍ନ ଚାଷୀ ହିତକର ଯୋଜନା କରିଥିବା ବେଳେ ଉକ୍ତ ଯୋଜନାରେ ସାମିଲ ହେବା ପାଇଁ କୃଷକ ମାନଙ୍କୁ ଶ୍ରୀ ଦାଶ ପରାମର୍ଶ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କୃଷି ଉପି ନିର୍ଦ୍ଦେଶକ ଚନ୍ଦ୍ର ଶେଖର ରାଓ, ଜିଲ୍ଲା କୃଷି ଅଧିକାରୀ ରମେଶ ଚନ୍ଦ୍ର ବେଉରା, ବ୍ଳକ କୃଷି ଅଧିକାରୀ ସୁବାଷ ଚନ୍ଦ୍ର ବାରିକ ପ୍ରମୁଖ ଯୋଗ ଦେଇ ଚାଷୀ ମ।ନେ କିପରି ଭାବରେ ଚାଷ କରିବେ, କେଉଁ କେଉଁ କୌଶଳ ରେ ଚାଷ କ।ର୍ଯ୍ୟ କଲେ ଅମଳ ଦ୍ଵିଗୁଣିତ ହେବ ସେ ନେଇ ଚାଷୀ ମାନଙ୍କୁ କୃଷି ଅଧୀକିରୀ ମାନେ ପରାମର୍ଶ ଦେଇଥିଲେ । ଏହା ସହିତ ଚାଷୀ ମାନଙ୍କ ପାଇଁ ଅ।ସୁଥିବା ସରକାରୀ ସୁବିଧା ସୁଯୋଗ ନେବ।କୁ ପରାମର୍ଶ ଦେଇଥିଲେ ।
ନିମାପଡାରୂ---- ଜୟନ୍ତ ସେଠୀ
Nimapada kuushak mela


