ଶିଶୁ ସେଲଟର ଗୃହ ଗୁଡିକ ଯାଞ୍ଚ କଲେ; ଆୟୋଗ
ଡେଲାଙ୍ଗ- ଏବେ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ସେଲଟର ହୋମ ଉପରେ ପଡିଛି ନଜର । ଢେଙ୍କାନାଳ ଘଟଣାପରେ ଭାରତ ସରକାରଙ୍କ ମହିଳା ଶିଶୁ ବିକାଶ ବିଭାଗ ନିଦ୍ଦେର୍ଶକ୍ରମେ ପୁରୀ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନରେ ରହିଥିବା ଶିଶୁ ଗୃହ ଗୁଡିକ ବା ସେଲଟର ହୋମ ଗୁଡିକୁ ତଦାରଖ କରାଯାଇଛି । ପୁରୀ ଜିଲ୍ଲାରେ ୧୧ଗୋଟି ସରକାରୀଙ୍କ ପାଖରେ ତାଲିକା ଭୁକ୍ତ ଶିଶୁ ଟେକ କେୟାର ବା ଯତ୍ନ ନେଉଥିବା ଅନୁଷ୍ଠାନ ରହିଛି । ତା ମଧ୍ୟରୁ କଣାସ, ଡେଲାଙ୍ଗ, ସତ୍ୟବାଦୀ ପୁରୀ ଆଦି ଅଞ୍ଚଳରେ ଅନୁଷ୍ଠାନକୁ ତଦାରଖ କରାଯାଇଛି । ଡେଲାଙ୍ଗ ବ୍ଲକ ଗୁଆଳିପଡା ପଞ୍ଚାୟତର ଡଂପୁରଠାରେ ଥିବା ‘ଆଭା”ଅନୁଷ୍ଠାନ ଓ କଣାସ ର ନିଳାଞ୍ଚଳ ସେବା ପ୍ରତିଷ୍ଠାନକୁ କେନ୍ଦ୍ର ଶିଶୁ ସୁରକ୍ଷା ଆୟୋଗ ଓ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗଙ୍କ ମିଳିତ ଭାବରେ ଅନୁଷ୍ଠାନ ଗୁଡିକୁ ତଦାରଖ କରିଥିଲେ । ତଦାରଖ ସମୟରେ ଶିଶୁ ଯତ୍ନ ଅନୁଷ୍ଠାନର କର୍ମକର୍ତ୍ତା,ଅଧିକାରି ଏବଂ ଅନ୍ତୋବାସି ମାନଙ୍କ ସହ ବିଭିନ୍ନ ବିସୟରେ ପଚାରି ବୁଝିଥିଲେ । କେନ୍ଦ୍ରୀୟ ଶିଶୁ ସୁରକ୍ଷା ଆୟୋଗର ପରାମର୍ଶଦାତା ପାୟଲ ଶର୍ମା ଏବଂ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ସଦସ୍ୟା ବିଦ୍ୟା ସାଶ୍ୱତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରି ମନୋଜ କୁମାର ତ୍ରିପାଠି ଓ ଜିଲ୍ଲା ଶିଶୁ କଲ୍ୟାଣ କମିଟି ସଦସ୍ୟା ସୁଚିତା ଦାସ ପ୍ରମୁଖ ଏହି ଚଦନ୍ତ ଦଳରେ ସାମିଲ ହୋଇଥିବାର ଜଣାପଡିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି


