ads

Breaking News

ଡେଲାଙ୍ଗ ବ୍ଳକ ସ୍ତରୀୟ ଭଲିବଳ ଟୁର୍ଣ୍ଣାମେଣ୍ଟ :ଅରିଶଲ ଚମ୍ପିୟାନ

ଡେଲାଙ୍ଗ-ଡେଲାଙ୍ଗ ବ୍ଳକ ବିଜୁ ଯୁବ ବାହିନୀ ପକ୍ଷରୁ  ଆୟୋଜିତ ବ୍ଲକ ସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି  ।  ସୁଜନପୁର ପଞ୍ଚାୟତର ଜଗଦଳପୁର ଗ୍ରାମ ପଡିଆରେ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ଏହି ପ୍ରତିଯୋଗିତାରେ ବିଭିନ୍ନ ପଞ୍ଚାୟତର୧୦ ଦଳ ଭାଗ ନେଇଥିଲେ । ବିଜୁ ଯୁବ ବାହିନୀ ବ୍ଲକ ସଂଯୋଜକ ପ୍ରଫୁଲ୍ଲ କୁମାର ମଲ୍ଲିକ ଟୁର୍ଣ୍ଣାମେଣ୍ଟକୁ ପରିଚାଳନା କରିଥିବା ବେଳେ ଓ ବିଜୁ ଯୁବ ବାହିନୀ ଚାଇଁପୁର ସଭାପତି ସୁଦିପ୍ତ ନାୟକ ସହେଯାଗ କରିଥିଲେ  ।  ଉଦ୍ଘାଟନ ଦିବସରେ ମୁଖ୍ୟ ଅତିଥିଭାବେ ବ୍ଲକ ଅଧକ୍ଷ ଡେଲାଙ୍ଗ ପ୍ରସନ୍ନ କୁମାର ସାହୁ, ବ୍ଳକ ବିଜେଡି ସଭାପତି ତଥା ସମବାୟବିତ୍ ବୈରାଗି ଜେନା,ବ୍ଲକ ଏବିଡିଓ ପ୍ରଦିପ୍ତ ନାୟକ ବ୍ଲକ ସହକାରି ଯନ୍ତ୍ରୀ ଉମେଶ ଚନ୍ଦ୍ର ସ୍ୱାଇଁବ୍ଲକ ଉପାଧକ୍ଷା ଙ୍କ ପ୍ରତିନିଧି କବିନ୍ଦ୍ର ବଳବନ୍ତରାୟ ଅଭୟମୁଖି ଗ୍ରାମ ପଞ୍ଚାୟତର ପ୍ରଶନ୍ନ ପରିଡା,ଧାନକେରା ସରପଞ୍ଚ ପ୍ରଶନ୍ନ ଜେନା, ପ୍ରମୁଖ ଯୋଗ ଦେଇଥିଲେ  ।  ବିଜେତା ଚମ୍ପିୟାନ ଅରିସଲ ଓ ରନସପ ସୁଜନପୁର ଟିମକୁ ବ୍ଲକ ଉପାଧକ୍ଷଙ୍କ ପ୍ରତିନିଧି କବିନ୍ଦ୍ର ବଳବନ୍ତରାୟ ଟ୍ରଫି ପ୍ରଦାନ କରିଥିଲେ । ଅରିଶଲ ବିଜୁ ଯୁବବାହିନୀ ର ସଭାପତି ସୋମ୍ୟ ରଂଜନ ରାଉତରାୟ ଚମ୍ପିୟାନ ଟିମର ସମସ୍ତ ସଦସ୍ୟଙ୍କୁ ସ୍ୱାଗତ ଜଣାଇଛନ୍ତି ।

 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Delang block balibala turanment

ads

Blog Archive

Popular Posts