ads

Breaking News

ନଦୀରେ ବୁଡି ବୃଦ୍ଧଙ୍କର ମୃତ୍ୟୁ

ଡେଲାଙ୍ଗ......
ଡେଲାଙ୍ଗ ଥାନା ଅନ୍ତର୍ଗତ ଡେଲାଙ୍ଗ କୋଠବାଡ ଗ୍ରାମପଞ୍ଚାୟତର  ଗୁଣ୍ଡୁଚିପାଟଣା ଗ୍ରାମର ସହଦେବ ମାଟି (୭୦) ପାଣିରେ ବୁଡି ଆଜି ମୃତ୍ୟୁ ବରଣ କରିଛନ୍ତି। ସୂଚନାଯୋଗ୍ୟ ଯେ ସହଦେବ ଗ୍ରାମ ନିକଟରେ ଯାଇଥିବା ଲୁଣା ନଦୀରେ ଗାଧେଇବାକୁ ଯାଇଥିଲେ ।  ମାତ୍ର ତାଙ୍କର ଗୋଡ଼ ଖସିଯିବାରୁ  ପାଣିର ସ୍ରୋତରେ ପଡିଯାଇ ଭାସିଯାଇଥିଲେ। ଘରକୁ ଫେରିବା ଡେରିହେବାରୁ ପରିବାର ଲୋକମାନେ ଖୋଜାଖୋଜି କରିଥିଲେ। ଗାଧୁଆ ତୁଠ ଠାରୁ ଅନତି ଦୁରରେ ସହଦେବ ଙ୍କ ମୃତ ଦେହ ଭାସୁଥିଲା। ସଙ୍ଗେ ସଙ୍ଗେ ପରିବାର ଲୋକେ ମୃତଦେହ କୁ ଉଦ୍ଧାର କରିଥିଲେ।
NADIRE BUDI BRUDHANKARA MRUTYU
BY - DHIRENDRA SENAPATI
SAKHIGOPAL NEWS

ads

Blog Archive

Popular Posts