ହରିଆବୁଡା ଠାକୁରଙ୍କ ମେଳଣ ଶେଷ
Haryabuda Thakur's match ends
ସାକ୍ଷୀଗୋପାଳ ----- ସତ୍ୟବାଦୀ ଥାନା ଅନ୍ତର୍ଗତ ବଳପୁର ଗ୍ରାମ ପଞ୍ଚାୟତର ହରିସହ ଦେବଙ୍କ ମେଳଣ ଠାକୁରଙ୍କ ମେଳଣ ଶେଷ ହୋଇଯାଇଛି । ଦୁଇ ଦିନ ଧରି ଏହି ମେଳଣ ଅନୁଷ୍ଠିତ ହୋଇଥିଲା ।ଦୁଇ ବର୍ଷ ଧରି କୋଭିଡ କଟକଣା ଯୋଗୁ ମେଳଣ କେବଳ ଠାକୁରଙ୍କ ନୀତିକାନ୍ତି ରେ ଶେଷ ହୋଇଥିଲା ।ଏ ବର୍ଷ ଜାଗଯମକରେ ମେଳଣଅନୁଷ୍ଠିତ ହୋଇଥିଲା । ମେଳଣର ଥାନିପତି ଭାବେ ବଳପୁର ପଣ୍ଡାସାହିର ଭଗବତ ବାସୁଦେବ ବିମାନ ପ୍ରଥମେ ମେଳଣ ପଡିଆରେ ଖୁଣ୍ଟ ଲାଗି ହେବା ପରେ ନିମନ୍ତ୍ରିତ ହୋଇ ଆସିଥିବା ଠାକୁରଙ୍କ ବିମାନ ଗୁଡିକ ମେଳଣ ପଡିଆରେ ଖୁଣ୍ଠି ଲାଗି ହୋଇଥିଲେ । ଏହି ମେଳଣରେ ଦଶ ଗୋଟି ବିମାନ ବା ଠାକୁର ଯୋଗ ଦେଇଥିଲେ ।ଆନନ୍ଦପୁର, ବଁପାଳ, କୁସୁମେଶ୍ୱର, ପଣ୍ଡାସାହି ମହାରଣାସାହି, ପଥୁରିଆସାହି, ଦିହୁଡି ସାହି ଓ ମୁଦୁଲି ସାହିର ଭଗବତ ବାସୁଦେବ ସୁସଜିତ ବିମାନରେ ମେଳଣ ପଡିଆକୁ ଆସିଥôଷଲ । ଶ୍ରଦ୍ଧାଳୁ ମାନେ ଖଇ, କୋରା, କଦଳୀ, ନଡିଆ, ଖଜା, ଫେଣି ,ଉଖୁଡା, ଚୁଡାଘଷା ଆଦି ଭୋଗ କରିଥିଲେ ।ସେହିପରି ଲୋକମାନେ ହରିଆବୁଡା ବା ହରିସହଦେବ ଠାକୁରଙ୍କ ନିକଟରେ ଚଡାଘଷା ଓ ଭାଙ୍ଗପଣା ଭୋଗ କରିଥିବାରୁ ଦେଖାଯାଇଥିଲା । ଅନ୍ୟ ପକ୍ଷେ ମେଳଣ କମିଟି ତଥା ଦେଶ କିମଟି ପକ୍ଷରୁ ପ୍ରତି ଦୋଳକୁ ଭୋଗ ଆଟିକା ଓ ତେଲ ପ୍ରଦାନ କରିବାର ପରମ୍ପରା ରହି ଆସିଛି । ଠାକୁରଙ୍କ ନୀତିକାନ୍ତି କରାଯିବା ସହ ନାମସଂକୀର୍ତ୍ତନ ଓ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଭୋର ସମୟରେ ଠାକୁରଙ୍କ ବିମାନ ଗୁଡିକ ନିଜ ନିଜ ଗ୍ରାମକୁ ବା ମନ୍ଦିରକୁ ଫେରିଯାଇଥିବାର ଦେଖାଯାଇଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୮/୪/୨୦୨୨---୬,୫୦ Sakhigopal News, 9/4/2022




