ads

Breaking News

ଶ୍ୟାମସୁନ୍ଦର ପାଠାଗାରରେ ପାଲା ମାଧ୍ୟମରେ ସାହିତ୍ୟ ଆସର

Shyamsunder's library is open to the public through literature.


ଡେଲାଙ୍ଗ---- ଡେଲାଙ୍ଗ ଷ୍ଟେସନ ବଜାର ସ୍ଥିତ ଶ୍ୟାମସୁନ୍ଦର ପାଠାଗାର ଓ ସଂଗ୍ରାହଳୟ ପରିସରରେ ପାଲା ମାଧ୍ୟମରେ ଓଡିଆ ଭାଷା , ସଂସ୍କୃତି ଓ ସାହିତ୍ୟ ଉପରେ ଆଲେଚନା ଚକ୍ର ଅନୁଷ୍ଠିତ ହୋଇଥିଲା ଌଗନ୍ନାଥ ସଂସ୍କୃତି ଗବେଷକ ଶରତ କୁମାର ରାଉତ ଏହି ଆଲେଚନା ଚକ୍ରରେ ସଭାପତିତ୍ୱ କରିଥିଷଲ । ଅତିଥି ଭାବେ ଗବେଷକ ଭୀମସେନ ମହାପାତ୍ର, ପାଲାଗାୟକ ଅଭିମନ୍ୟୁ ସ୍ୱାଇଁ, ଶରତ ଚନ୍ଦ୍ର ଦାଶ, ସରୋଜ କୁମାର ପ୍ରଧାନ, ପୂର୍ଣ୍ଣ ବରାଳ, ଅକ୍ଷୟ ନାୟକ, ଶିଶୁ ସାହିତ୍ୟକ ରମେଶ ଦାଶ, ପର୍ଶୁରାମ ପାତ୍ର ଗାୟିକା ବୀଣାପାଣି ପଣ୍ଡା,ପ୍ରବଚକ ପ୍ରମୋଦ ନାୟକ, ସୁଧୀର ଜେନାଙ୍କ ସହିତ ରାଜ କିଶୋର ପରିଡା, ସଦାଶିବ ସ୍ୱାଇଁ, ଚନ୍ଦ୍ର ଶେଖର, ଫକିର ଚନ୍ଦ୍ର ଦାସ, ଶିକ୍ଷକ ଅଭୟ ଚରଣ ସାହୁ ଆଇନଜୀବୀ ତଥା ପରିବେଶବିର୍ତ୍ତି ହୃଷିକେସ ପାଢ଼ୀ  ପ୍ରମୁଖ ଯୋଗ ଦେଇ ଓଡିଆ ଭାଷା, ଆମ ପରମ୍ପରା, ସଂସ୍କୃତି ସହିତ ସାହିତ୍ୟ ବଞ୍ଚି ରହିବାର ଏକ ମାଧ୍ୟମ ପାଲା ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ ।ଅନୁଷ୍ଠାନର ସମ୍ପାଦକ କାଶୀନାଥ ମହାପାତ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ବିଶ୍ୱରଞ୍ଜନ ମହାପାତ୍ର ଶେଷରେ ଧନ୍ୟବାଦ ଦେଇଥିଲେ । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୧/୪/୨୦୨୨---୫,୪୦  

 Sakhigopal News, 11/4/2022

ads

Blog Archive