ads

Breaking News

ରେମଣ୍ଡା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ଶ୍ରୀରାମ ନବମୀ ଦିବସ ପାଳିତ

Shriram Nabami Day is celebrated on behalf of Remanda Saraswati Shishu Vidyamandir.
ବରଗଡ଼---  ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ବିଦ୍ୟାଳୟ ପରିସରରେ ପୁରୁଷୋତ୍ତମ ଶ୍ରୀରାମ ନବମୀ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟ ର ବରିଷ୍ଠ ଗୁରୁଜୀ ସନ୍ତୋଷ ପଶାୟତ ଅତିଥି ଭାବେ ଯୋଗ ଦେଇ ଶ୍ରୀରାମଚନ୍ଦ୍ର ଙ୍କ ଚରିତ୍ର ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଭାଇଭଉଣୀ ମାନେ ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିଲେ । ଭଜନ ସାଥୁଆ ସଂଗୀତ ଗାନ କରି ଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ଯ ପଦ୍ମଲୋଚନ ପଟେଲ ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ଦେଇଥିଲେ। ବିଣାପାଣୀ ଗୁରୁମା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶିଶୁ ଭାଇଭଉଣୀ ମାନେ ଶ୍ରୀରାମ ଓ ସିତା ବେଶରେ ସଜ୍ଜିତ ହୋଇ ଥିଲେ। ଏହି ସମୟରେ ସୁଶ୍ରୀ ଆକାଂକ୍ଷା ପ୍ରଧାନ, ସଂକ୍ରିତା ବାରିକ, ସିଦ୍ଧି ସାହୁ, ରିଦ୍ଧିମାନ ମେହେର, ସୂର୍ଯ୍ୟାଂଶୁ କର୍ମୀ ଶ୍ରୀ ରାମଚନ୍ଦ୍ରଙ୍କ  ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ଉପସ୍ଥିତ ରହି ପରିଚାଳନା ସହଯୋଗ କରିଥିଲେ ।ପରିଶେଷରେ ମୁକୁନ୍ଦ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୦/୪/୨୦୨୨----୭,୪୫ Sakhigopal News,10/4/2022

ads

Blog Archive