ଭିଡିଓ ଭାଇରାଲ କରି ଯୁବକ ଗିରଫ
ଓଡ଼ଗାଁ:- ପ୍ରେମିକା ସହ ଅନ୍ତରଙ୍ଗ ମୂହୂର୍ତ୍ତର ଭିଡିଓ ଭାଇରାଲ କରିବା ଅଭିଯୋଗ ରେ ଓଡ଼ଗାଁ ପୋଲିସ ଜଣେ ପ୍ରେମିକ କୁ ଗିରଫ କରିଛି।ଗିରଫ ହୋଇଥିବା ଯୁବକ ଜଣଙ୍କ ହେଲେ, ଓଡ଼ଗାଁ ଥାନା ଅନ୍ତର୍ଗତ ବାହାଡଝୋଲା ମାଣିକପାଟଣା ଗ୍ରାମର ମାନସ ପାଣିଗ୍ରାହୀ। ମାନସ ୨୦୧୯ ମସିହା ରେ ଓଡ଼ଗାଁ ପିମିଟ୍ କଲେଜ ରେ ଅଧ୍ଯୟନ କରୁଥିବା ସମୟରେ ଜଣେ ସହପାଠୀଙ୍କ ସହ ପ୍ରେମ ସଂପର୍କ ଗଢ଼ି ଉଠିଥିଲା ଏବଂ କାଳକ୍ରମେ ଉଭୟଙ୍କ ମଧ୍ଯରେ ଶାରିରୀକ ସମ୍ପର୍କ ମଧ୍ଯ ଗଢ଼ି ଉଠିଥିଲା। ଏହି ସମୟରେ ମାନସ ପ୍ରେମିକା ର ଅଜାଣତରେ ଅନ୍ତରଙ୍ଗ ମୂହୂର୍ତ୍ତର ଭିଡିଓ ସୁଟିଂ କରି ପ୍ରେମିକା କୁ ଧମକ ଦେବା ସହ ଅର୍ଥ ଦାବି କରୁଥିଲା। ତେଣୁ ପ୍ରେମିକା ଜଣଙ୍କ ନିଜର ଦୋଷ ଲୁଚାଇବାକୁ ଯାଇ ପ୍ରେମିକ ମାନସ କୁ ବିଭିନ୍ନ ସମୟରେ ପ୍ରାୟ ୫୦ ହଜାର ଟଙ୍କା ଦେଇଥିଲା।
ଏମିତି କିଛିବର୍ଷ ଯିବାପରେ ଯୁବତୀଙ୍କ ଅନ୍ୟତ୍ର ବିବାହ ଠିକ୍ ହୋଇଥିବା ଶୁଣି ମଧ୍ଯ ଅନ୍ୟତ୍ର ବିବାହ କଲେ ଭିଡିଓ ଭାଇରାଲ କରିଦେବ ବୋଲି ମାନସ ଯୁବତୀଙ୍କୁ ଧମକ ଦେବା ସହ ଭିଡିଓ କୁ ଯୁବତୀର ହେବାକୁ ଯାଉଥିବା ସ୍ୱାମୀ ଓ ଭାଇଙ୍କ ପାଖକୁ ଛାଡିଦେଇ ସୁରାଟ ଚାଲିଗଲା। ଏହି ପରିସ୍ଥିତି ରେ ଯୁବତୀର ବିବାହ ମଧ୍ଯ ଭାଙ୍ଗି ଗଲା। ଏହାପରେ ମଧ୍ଯ ମାନସ ଭିଡିଓ କୁ ସବୁଆଡ଼େ ଭାଇରାଲ କରିଦେବ ବୋଲି ଯୁବତୀର ଭାଇଙ୍କୁ ଧମକ ଦେବା ଆରମ୍ଭ କଲା। ଶେଷରେ ଅସହାୟ ହୋଇ ଯୁବତୀ ଜଣଙ୍କ ଓଡ଼ଗାଁ ଥାନା ରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଓଡ଼ଗାଁ ପୋଲିସ ତଦନ୍ତ ଆରମ୍ଭ କରି ପ୍ରେମିକ ମାନସ ର ଭଉଣୀ ଓ ଭିଣୋଇ ଙ୍କୁ ଥାନାରେ ପଚରାଉଚରା କରି ଅଟକ ରଖିଥିଲା। ଥାନାରେ ଅଟକ ଖବର ଶୁଣି ମାନସ ସୁରାଟ ରୁ ଓଡ଼ଗାଁ କୁ ଫେରିଥିଲା। ଫେରିବା ପରେ ଓଡ଼ଗାଁ ପୋଲିସ ମାନସ କୁ ପଚରାଉଚରା ପରେ ଭିଡିଓ ଭାଇରାଲ, ଓ ବ୍ଳାକମେଲିଂ କରିବା ଅଭିଯୋଗରେ ପ୍ରେମିକ ମାନସ କୁ ଗିରଫ କରିଥିବା ଜଣା ପଡ଼ିଛି।
ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ
- ୧୦/୧୧/୨୧ ---୧୦,୩୦
Sakhigopal News ,10/11/2021



