ads

Breaking News

ପୁଣି ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ ,ପରମ୍ପରା ଆଗରେ ହାର ମାନିଲା ପ୍ରଶାସନ


Shulia Peetha was again stained with blood, and the administration surrendered to the tradition

ବଲାଙ୍ଗୀର: ପୁଣି ରକ୍ତ ରଞ୍ଜିତ ହୋଇଛି ବଲାଙ୍ଗିର ଜିଲ୍ଲା ଦେଓଗାଁ ଖଇରଗୁଡାର ଶୁଲିଆ ପୀଠ।ପଡ଼ିଲା ହଜାର ହଜାର ପଶୁ ପକ୍ଷୀଙ୍କ ବଳି।ପରମ୍ପରା ଆଗରେ ହାର ମାନିଲା ପ୍ରଶାସନ।ଏନେଇ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯିବା ସହ କୋଭିଡ଼ ଗାଇଡ଼ଲାଇନ ମଧ୍ୟ ପାଳନ କରି ମାସ୍କ ବ୍ୟବହାର ଥିଲେ ହଜାର ହଜାର ଲୋକଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳିଥିଲା ବଲାଙ୍ଗୀର ଜିଲ୍ଲାର ଦେଓଗାଁ ବ୍ଲକ୍ ଖଇରଗୁରା ଓ କୁମରିଆ ଗାଁର ସାନଖଳା ଓ ବଡ଼ଖଳା ପୁଣି ରକ୍ତରଂଜିତ ହୋଇଛି। ଏଠାରେ କୋଭିଡ୍ କଟକଣା ଭିତରେ ନୀତିକାନ୍ତି ସମାପନ ହୋଇଛି। ଆଦିବାସୀଙ୍କ ସୁଲିଆ ଯାତ୍ରାରେ ଭୋର ସମୟରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହ ପାଟବୋଦା ଶୋଭାଯାତ୍ରା ଅନୁଷ୍ଠିତ ହେବା ପରେ ଉପରୋକ୍ତ ସ୍ଥାନରେ କୁକୁଡ଼ା ବଳିପଡ଼ିଥିଲା।ଆଦି ସଂସ୍କୃତିର ଆଦି ପରମ୍ପରା ଆଦିବାସୀଙ୍କ ଶୁଲିଆ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଭିନ୍ନ ଏ ଯାତ୍ରାର ନୀତିନିୟମ। ଆଦିବାସୀ ପରମ୍ପରା ଅନୁଯାୟୀ ଏଠି ବଳି ଦେବାର ପ୍ରଥା ଓ ପରମ୍ପରା ରହିଛି। କନ୍ଧ ଆଦିବାସୀଙ୍କ ମତରେ ଶୁଲିଆ ବୁଢ଼ା ଏକ ମାନସିକ ଦିଅଁ। ତେଣୁ ଅନେକ ଲୋକଙ୍କର ମାନସିକ ପୂରଣ ହେଉଥିବାରୁ ଲୋକେ କୁକୁଡ଼ା, ବୋଦା, ମେଣ୍ଢା ଓ ପୋଢ଼ ଭୋଗ ଆକାରରେ ଆଣିଥାନ୍ତି। ଏପରିକି ଜିଲ୍ଲା ବାହାରରୁ ବି ଭକ୍ତଙ୍କ ସୁଅ ଛୁଟିଥାଏ। ହଜାର ହଜାର ପଶୁ ବଳିରେ ରକ୍ତରଂଜିତ ହୋଇଯାଏ ଦେଓଗାଁ ବ୍ଲକ୍ ଖଇରଗୁରା ଓ କୁମରିଆ ଗାଁର ସାନଖଳା ଓ ବଡ଼ଖଳା। କାହିଁ କେତେ ବର୍ଷରୁ ଚାଲିଆସିଛି ଆଦିବାସୀଙ୍କ ଏ ପ୍ରଥା ଓ ପରମ୍ପରା। ବିଗତ ଦିନରେ ସାଧାରଣ ଲୋକଙ୍କୁ ବଳି ବିରୋଧରେ ସଚେତନ କରିବା ପାଇଁ କିଛି କିଛି ପଦକ୍ଷେପ ନେଉଥିଲା ଜିଲ୍ଲା ପ୍ରଶାସନ। ହେଲେ ଏଥର  କୌଣସି ଗାଁରେ ସଚେତନ କାର୍ଯ୍ୟକ୍ରମ ହୋଇନାହିଁ।
ବଡ଼ି ଭୋରରୁ ପରମ୍ପରା ଅନୁଯାୟୀ ଶୁଲିଆ ବୁଢ଼ାକୁ ଆବାହନ କଲା ପରେ ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ଦୁଲଦୁଲି ବାଜାଇ ତାଳେ ତାଳେ ଶୋଭାଯାତ୍ରାରେ ଆସିଥିଲେ କନ୍ଧ ଆଦିବାସୀ ସମ୍ପ୍ରଦାୟର ଲୋକମାନେ। ପ୍ରଥମେ ପାଟ ବୋଦାକୁ ବଳି ଦେଲା ପରେ ଭକ୍ତ ଆଣିଥିବା ପଶୁପକ୍ଷୀଙ୍କୁ ବଳି ପଡ଼ିଥିବା ଜଣାପଡିଛି। ଆଧୁନିକ ଯୁଗରେ ଏଭଳି ଏକ ମଧ୍ୟଯୁଗୀୟ ପରମ୍ପରା ଆଜି ବି  ପାଳିତ ହୋଇଯାଇଛି। ବଳପ୍ରୟୋଗ କରି ବଳି ବନ୍ଦ କରିବା ପାଇଁ ବିଗତ ଦିନରେ ଚେଷ୍ଟା କରିଥିଲା ପ୍ରଶାସନ। କିଛିକାଂଶରେ ସଫଳ ବି ହୋଇଥିଲା। ମୁଖ୍ୟ ଶୁଲିଆ ପୀଠ ମୁଖ୍ୟପୂଜା ସ୍ଥଳୀରେ କିଛି ବର୍ଷ ଧରି ବଳି ବନ୍ଦବି ରହିଥିଲା। ହେଲେ ନିଜ ପରମ୍ପରା ଉପରେ ହସ୍ତକ୍ଷେପ ଅଭିଯୋଗ କରି ଭାଗ ହୋଇ ଯାଇଥିଲେ ଆଦିବାସୀ। ଅନ୍ୟ ଖଳା କରି ପରମ୍ପରାକୁ ବଜାୟ ରଖିଥିଲେ। ପ୍ରଶାସନର ବାରଣ ସତ୍ତ୍ବେ ଜୋର ଜବରଦସ୍ତ ବଳି ଦେଇଥିଲେ। କିଛି ସଂଗଠନର କର୍ମକର୍ତ୍ତା ଓ ଶୁଲିଆ ପୀଠର ମୁଖ୍ୟପୂଜକ ହାଇକୋର୍ଟରେ ଆବେଦନ କରିଥିଲେ। କିନ୍ତୁ ସୁପ୍ରିମକୋର୍ଟଙ୍କ ମତରେ କାହାରି ପରମ୍ପରାରେ କେହି ହସ୍ତକ୍ଷେପ କରିପାରିବେ ନାହିଁ । ସୁରକ୍ଷା ଦୃଷ୍ଟିକୋଣରୁ ୪ ପ୍ଲାଟୁନ ଫୋର୍ସ,୧୫ ଜଣ ପୋଲିସ ଅଧିକାରୀ ମୃତୟନ ହୋଇଥିଲେ।ଅନ୍ୟପଟେ ଶହ ଶହ ପଶୁ ପକ୍ଷୀ ଙ୍କ ବଳିରେ ପୁଣିଥରେ ଭିଜିଲା  ପୀଠ।ତେବେ ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ।କଟକଣା ସତ୍ବେ ଆଦିବାସୀ ଙ୍କ ଏହି ମହାନ ପରମ୍ପରା ଯାତ୍ରାରେ ଦେଖିବାକୁ ମିଳିଲା ଭକ୍ତଙ୍କ ଗହଳି।କେବଳ ବଲାଙ୍ଗୀର ଜିଲ୍ଲା ନୁହେଁ ,ପୋଡ଼ସି ଜିଲ୍ଲା ନୂଆପଡା,ସୋନପୁର,କଳାହାଣ୍ଡି,
ବରଗଡ଼,ମାଲକାନଗିରି,ଫୁଲବାଣୀ ସମେତ ଝାରଖଣ୍ଡ ଓ ଛତିଶଗଡ଼ ରୁ ଶୁଲିଆ ଯାତ୍ରା ଦେଖିବାକୁ ଆସିଥିଲେ ଭକ୍ତ ମାନେ।ଅନ୍ୟପଟେ ଦର୍ଶନ କରିବା ପାଇଁ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ମଧ୍ୟ ଯୋଗଦେଇ ଥିଲେ।
ଜିଲ୍ଲା କନ୍ଦ ସମାଜ ଯୁବ ସଙ୍ଗଠନ ସଭାପତି ସୁରେଶ ଭୋଇ  କହିଛନ୍ତି ଯେ,ଏହି ପରମ୍ପରା କାହିଁ କେତେ ଯୁଗରୁ ଚାଲି ଆସୁଛି।ଆମ ଆଦିବାସୀ ମାନ ଙ୍କ ପରମ୍ପରା ଓ ଶୁଲିଆ ଦେବୀ ଙ୍କୁ ଯାହା 
ମାନସିକ କରାଯାଇ ଥାଏ ଓ ତାହା ମନସ୍କାମନା ପୂରଣ ହୋଇଥାଏ  ତେବେ  ହଜାର ହଜାର ଲୋକଙ୍କ ବିଶ୍ୱାସ ମଧ୍ୟ ରହିଥିବା ବେଳେ ଲୋକେ ଦର୍ଶନ କରିବା ପାଇଁ ଆସନ୍ତି।ଏବଂ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ଙ୍କ ଦୁଇ ପୁତ୍ର ଶୁଭେନ ସିଂ ଭୋଇ ଓ ସିମରନ ସିଂ ଭୋଇ ମଧ୍ୟ ଦର୍ଶନ କରିଥିଲେ।ତେବେ ହଜାର ହଜାର ଲୋକ ଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳିଥିଲା।
ବଲାଙ୍ଗୀରରୁ ରଞ୍ଜନ କୁମାର ବାଗଙ୍କ ରିପୋର୍ଟ,୧୨/୧/୨୦୨୨---୪,,୧୦   
Sakhigopal News, 12/1/2022

ads

Blog Archive