ଐତିହ୍ୟ ସୁଆଣ୍ଡୋ ଗ୍ରାମରେ ପ୍ରକଳ୍ପର କାମ ସମୀକ୍ଷା କରିଛନ୍ତି ପଦାଧିକାରୀ
ସାକ୍ଷୀଗୋପାଳ-----ରାଜ୍ୟ ସରକାର ସତ୍ୟବାଦୀର ପଞ୍ଚସଖାଙ୍କ ସ୍ମ୍ୃତିଙ୍କୁ ବା ତାଙ୍କର ଥିବା କିଛି ଆସବାପତ୍ର ଓ ଜନ୍ମ ମାଟିକୁ ମନେପକାଇବା ପାଇଁ ଆରମ୍ଭ କରିଛନ୍ତି ପ୍ରୟାସ । ବିଶେଷ କରି ରାଜ୍ୟ ସରକାର ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମମାଟି ତଥା ସୁଆଣ୍ଡୋ ଗ୍ରାମକୁ ଐତିହ୍ୟ ଗ୍ରାମ ଭାବେ ହାତକୁ ନେଇଛନ୍ତି । ଏହି ଐତିହ୍ୟ ଗ୍ରାମର ବିଭିନ୍ନ ଉନ୍ନୟନ କାମ ଆରମ୍ଭ ହୋଇଯାଇଛି । ନୂତନ ବର୍ଷ ଆରମ୍ଭରୁ ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂ, ବିଡିଓ କ୍ଷୀରୋଦ କୁମାର ବେହେରା, ଜିଲ୍ଲା ଗୃହ ଓ ରାସ୍ତା ନିର୍ମାଣ ବିଭାଗର ଉପଖଣ୍ଡ ଅଧିକାରୀ ଶଶିଭୂଷଣ ମହାନ୍ତି, ସହକାରୀ ଯନ୍ତ୍ରୀ ମନୋଜ ନାୟକ, ଓଡିଶା ସେତୁ ନିଗମ ସାଧାରଣ ପରିଚାଳକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ନିର୍ବାହୀଯନ୍ତ୍ରୀ ସୁନ୍ଦର ମାଧମ ପାଢ଼ି, ଉପଖଣ୍ଡ ଅଧିକାରୀ ଗିରିଜା ଶଙ୍କର ନାୟକ ପ୍ରମୁଖ ସୁଆଣ୍ଡୋ ଗ୍ରାମରେ ପହଞ୍ଚି ନିର୍ମାଣଧୀନ ପ୍ରକଳ୍ପର କାର୍ଯ୍ୟ ସମୀକ୍ଷା କରିଥିଲେ । ବିଶେଷକରି ଗୋପବନ୍ଧୁଙ୍କ ଷଠୀଘର ଏବେ ପୁନଃଉଦ୍ଦାର କାର୍ଯ୍ୟ କରାଯିବ ବୋଲି ଜଣାପଡିଛି । ନିର୍ମାଣଧୀନ ମିୟୁଜିୟମ ସ୍ଥଳ, ପୋଖରୀ, ଗ୍ରାମଦାଣ୍ଡ ରାସ୍ତା, ଗ୍ରାମ ମୁଣ୍ଡରେ ନିର୍ମାଣଧୀନ ଶିବ ମନ୍ଦିର, ଗାଡି ପାର୍କିଂସ୍ଥଳ ଅଧିକାରୀ ମାନେ ବୁଲିକି ଦେଖିଥଲେ । ସୁଆଣ୍ଡୋ ବିଜ୍ର ଠାରୁ ଏତିହ୍ୟ ଗ୍ରାମକୁ ଆସିବା ପାଇଁ ମୁଖ୍ୟ ରାସ୍ତା କେନାଲବନ୍ଧ । ଏବେ ଏହି କେନାଲ ବନ୍ଧ ଜବର ଦଖଲ ହୋଇ ରହିଥିବାରୁ କାମରେ ବାଧକ ସାଜିଛି ବୋଲି ଗୃହ ଓ ରାସ୍ତା ନିର୍ମାଣ ବିଭାଗର ସହକାରୀ ଯନ୍ତ୍ରୀ ଶ୍ରୀ ନାୟକ ଅଧିକାରୀ ମାନଙ୍କୁ ଜଣାଇଥିଲେ । କେନାଲବନ୍ଧ ଓ ଗ୍ରାମ୍ୟ ଦାଣ୍ଡରେ ଥିବା ବିଦ୍ୟୁତ ଖୁଣ୍ଠି ଉଠାଇବା ପାଇଁ ଓବିବିସି ପକ୍ଷରୁ ଅର୍ଥ ପୈଠ କରାଯାଇଥିଲେ ମଧ୍ୟ ହାତଗୁଞ୍ଜା ନ ଦେବାରୁ ନ ଦେବାରୁ ବିଦ୍ୟୁତ କୁଣ୍ଟ ଉଠିପାରୁନାହିଁ ବୋଲି ଜଣାପଡିଛି । ଉପରିସ୍ଥ ଅଧିକାରୀଙ୍କୁ ଏ ସମ୍ପର୍କରେ ଜଣାଇ ଦିଆଯିବ ବୋଲି ବିଡିଓ ଶ୍ରୀ ବେହେରା କହିଛନ୍ତି । ପ୍ରକଳ୍ପ ଅଧିନରେ ଥିବା ଜମିକୁଜବର ଦଖଲ ମୁକ୍ତ କରାଯିବ ବୋଲି ସତ୍ୟବାଦୀ ତହସିଲଦାର ଜଶ୍ରୀ ଜୟସିଂ କହିଛନ୍ତି । ବହୁ ଶିଘ୍ର ମାପଚୁପକରାଯାଇ ଜବରଦଖଲ ଉଚ୍ଛେଦ କାର୍ଯ୍ୟ କରାଯିବ , ଆବଶ୍ୟକ ପଡିଲେ ସେମାନଙ୍କ ନାମରେ ମକଦ୍ଦମା ମଧ୍ୟ କରାଯିବ ବୋଲି ତହସିଲଦାର କହିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୨/୧/୨୦୨୨---- ୭,୧୦
Sakhigopal News, 7/12/1/2022


