ads

Breaking News

ଡିସିସି ପ୍ରେସବାର୍ତା, ଜାରିଙ୍ଗି ବସ୍ତିର ବିବାଦୀୟ ଜମି ଉପରେ ସ୍ଥିତବସ୍ଥା ଜାରିକଲେ ହାଇକୋର୍ଟ , ଜିଲ୍ଲାପାଳଙ୍କ କୋର୍ଟରେ ଅପିଲ ଦଖଲ ପାଇଁ ନିର୍ଦ୍ଦେଶ

DCC press release, High Court announces settlement of disputed land in Jaringi slum, orders for appeal in district court

ଓଡ଼ଗାଁ----  ଓଡଗାଁ ଏନଏସି ର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଜବରଦଖଲ ଉଛେଦ ନୋଟିସକୁ ଚାଲେଞ୍ଜ କରି ମାନ୍ୟବର ଓଡିଶା ଉଚ୍ଚ ନ୍ୟାୟାଳୟରେ ରୀନା ସାହୁ ଓ଼ଗେର ଏବଂ ସରସ୍ବତୀ ମହାପାତ୍ର ଓ଼ଗେରଙ୍କ ଦ୍ୱାରା ପୃଥକପୃଥକ ଭାବେ ରୁଜ୍ଜୁ W.P. (C) ୪୧୩୨୮ /୨୦୨୧ ଏବଂ ୪୧୩୩୦/୨୦୨୨  ମାମଲାକୁ ବିଚାର କରି ମାନ୍ୟବର ଉଚ୍ଚ ନ୍ୟାୟାଳୟ ନିର୍ବାହୀ ଅଧିକାରୀଙ୍କ ଉଛେଦ ନୋଟିସ ବିରୁଦ୍ଧରେ ଜିଲ୍ଲାପାଳଙ୍କ ଅଦାଲତରେ ସାତଦିନ ଜାରିଙ୍ଗି ବସ୍ତିର ଏହି ବିବାଦୀୟ ଜମି ଉପରେ ଉଭୟପକ୍ଷଙ୍କ ପାଇଁ ସ୍ଥିତାବସ୍ଥା ଜାରି କରିଛନ୍ତି । ହାଇକୋର୍ଟରେ ମାମଲା ବିଚରାଧୀନ ଥିବାବେଳେ  ଅଦାଲତଙ୍କ ରାୟକୁ ଅପେକ୍ଷା ନକରି ଗତ ଡିସେମ୍ବର ୩୧ ତାରିଖରେ ପୋଲିସ ଫୋର୍ସ ମୁତୟନ କରାଇ ନିର୍ବାହୀ ଅଧିକାରୀ ୩୫ ପରିବାରଙ୍କ ଘର ବୁଲଡୋଜର ଲଗାଇ ଭାଙ୍ଗିଦେଇ ସେମାନଙ୍କୁ ବେଘର କରାଇବା ରାଜନୈତିକ ଉଦ୍ଦେଶ୍ୟ ବାରି ହୋଇଯାଉଛି  ବୋଲି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ କହିଛନ୍ତି ।
ଆଜି ଉଚ୍ଚ ନୟାଳୟଙ୍କ ନିର୍ଦ୍ଦେଶନାମା ସାର୍ଟିଫାଇଡ଼ ନକଲ ପ୍ରଦାନ କରିଥିଲେ । ହାଇକୋର୍ଟ ଉଭୟ ପକ୍ଷଙ୍କ ପାଇଁ ସ୍ଥିତବସ୍ଥା ଜାରି କରିଥିବାରୁ ଦୀର୍ଘ ୧୨ ଦିନ ଧରି ଛୋଟପିଲା, ବୁଢାବୁଢୀ, ମହିଳା ପ୍ରବଳ ଥଣ୍ଡା କାକରରେ ଖୋଲା ଆକାଶ ତଳେ ପଡି ଭିଟାମାଟି ଜଗିଛନ୍ତି । ତେଣୁ ଜିଲ୍ଲାପାଳଙ୍କ ଅଦାଲତ ଅପିଲ ସରିବା ଯାଏଁ ସେମାନଙ୍କୁ ସରକାରୀ ଆଶ୍ରୟ ସ୍ଥଳରେ ଖାଦ୍ୟ ଦିଆଯାଇ ଥଇଥାନ କରିବା ପାଇଁ ଶ୍ରୀ ଦାଶ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି । ଜମିହୀନଙ୍କୁ ମାଗଣା ଜମି ଯୋଗାଇଦେବାରେ ଓଡଗାଁ ଏନଏସିରେ ବ୍ୟାପକ ଅନିୟମିତତା ପ୍ରିୟାପ୍ରିତି ହୋଇଥିବା ଏପରିକି ସରକାରୀ ଚାକିରିଆ, କୋଠାବାଡି ଥିବା ଥିଲାବାଲାଙ୍କୁ  ମଧ୍ୟ ଜମିପଟ୍ଟା ଦିଆଯିବା ପ୍ରସଙ୍ଗ ଉପରେ ଖୁବ ଶୀଘ୍ର ଏହାର ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ ଦାବୀରେ ଜିଲ୍ଲା କଂଗ୍ରେସ ତଥ୍ୟଭିତ୍ତିକ ଅଭିଯୋଗ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖାଯିବ ବୋଲି ଜିଲ୍ଲା କଂଗ୍ରେସ ପକ୍ଷରୁ କୁହାଯାଇଛି ।
ଓଡ଼ଗାଁ ରୁ ଦୀଲ୍ଳିପ କୁମାର ବିଶୋଇ ଙ୍କ ରିପୋର୍ଟ,୧୦/୧/୨୦୨୨ ---୮,୫୫  Sakhigopal News,10/1/2022

ads

Blog Archive