ads

Breaking News

ବାଦୀପଡା-ସଇଁନ୍ତଳା ବ୍ରିଜ ନିର୍ମାଣ ଦାବିରେ, ଜାତୀୟ ରାଜପଥ ଅବରୋଧ ; ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ

National highway blockade, demanding construction of Badipada-Saintala bridge; After the promise, the movement was withdrawn.
  ଭଞ୍ଜନଗର---   ରାଜ୍ୟ ସରକାର ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ରାଜନେତା ମାନଙ୍କ ଅବହେଳା ଯୋଗୁଁ  ୫ ଟି ପଞ୍ଚାୟତ ର ଲୋକେ ନିର୍ଭର କରୁଥିବା  ସଇଁନ୍ତଳା- ବାଦୀପଡା ବ୍ରିଜ ଅଧାପନ୍ତରିଆ ଅବସ୍ଥାରେ ରହିଛି । ଏହାକୁ ନେଇ ଅନେକ ଥର ବାଦ ବିବାଦ ସୃଷ୍ଟି ହୋଇଛି। ତେବେ ଏହାର ପ୍ରତିବାଦରେ  ସ୍ଥାନୀୟ ଜନସାଧାରଣ ଓ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ମଧ୍ୟ ଆନ୍ଦୋଳନ କରିଥିଲେ । କିନ୍ତୁ ପ୍ରଶାସନ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ଯେ ବର୍ଷା ପୂର୍ବରୁ ବ୍ରିଜ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ହେଲେ କଥା ଦେଇ କଥା ରଖିଲେନି । ଶେଷରେ ବାଧ୍ୟ ହୋଇଆଜି କୋଶଳ ରାଜ୍ୟ ଯୁବ ସମନ୍ୱୟ ସମିତି ସଇଁନ୍ତଳା ଶାଖା ସଭାପତି ଶାନ୍ତନୁ ରଣା ଙ୍କ ନେତୃତ୍ୱରେ କୋଶଳ ସମନ୍ୱୟ ରାଜ୍ୟ ସାଧାରଣ ସଂପାଦକ ସିପୁନ ଖମାରି,ଜିଲ୍ଲା ଯୁବ ସଭାପତି 
ବନମାଲୀ ନାଏକ ,ଗିରିଜା ଭୋଇ, ,ଜନାରଦନ ସିଂ ,ଜିତୁ ନାଏକ,ରବୀନ୍ଦ୍ର ଥପା, ବୁଲୁ ବଗର୍ତ୍ତି,ଆନନ୍ଦ ନିଆଲ,ବବୁଲୁ ବୁଡେକ,ବଲଦେବ ସିଂ,ଟୁନା ଦେଓ,ରାଜ ମାଝୀ, ସରୋଜ ମିତାଳ,ପ୍ରମୁଖ  ସମେତ ସ୍ଥାନୀୟ ଅଞ୍ଚଳର ଶତାଧିକ ଗ୍ରାମବାସୀଙ୍କ ଉପସ୍ଥିତ ରେ ଜଳ ସତ୍ୟାଗ୍ରହ ଆନ୍ଦୋଳନ କରିଥିଲେ। କିନ୍ତୁ ଦୀର୍ଘ ଘଣ୍ଟା ଧରି ଆନ୍ଦୋଳନ କରାଯାଇଥିବା ବେଳେ ପ୍ରଶାସନ ପହଞ୍ଚି ନ ଥିଲା । ଶେଷରେ ଲୋକେ ବାଧ୍ୟ ହୋଇ ଜାତୀୟ ରାଜପଥ ଅବରୋଧ କରିଥିଲେ।ଖବର ପାଇବା ପରେ ସ୍ଥାନୀୟ ପ୍ରଶାସନ ଓ ଟିଟିଲାଗଡ଼ ଏସଡିପିଓ ସୁରେନ୍ଦ୍ର ନାଥ ସତପଥୀ ଘଟଣା ସ୍ଥାନରେ ପହଁଞ୍ଚି ଲୋକ ଙ୍କୁ ବୁଝା ସୁଝା କରିବା ସହ ଖୁବଶୀଘ୍ର ବ୍ରିଜ ସମ୍ପୂର୍ଣ୍ଣ ହେବ ବୋଲି ପ୍ରତିଶ୍ରୁତି ଦେବା ପରେ ଜଳ ସତ୍ୟାଗ୍ରହ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଏବଂ ବିଡ଼ିଓ ଚନ୍ଦ୍ରମଣି  ନାଗ ଓ ତହସିଲଦାର ସୁରେନ୍ଦ୍ର ମେହେରଙ୍କ ଜରିଆରେ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି । ତେବେ ପ୍ରଥମେ ସ୍ଥାନୀୟ ଚଣ୍ଡୀ ମନ୍ଦିର ରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ବାଦୀପଡ଼ା ବ୍ରିଜ ରେ ପହଁଚି ଜଳ ସତ୍ୟାଗ୍ରହ ଆନ୍ଦୋଳନ ଆରମ୍ଭ କରାଯାଇ ଥିଲା। ସୂଚନାଯୋଗ୍ୟ ଯେ,
 ବଲାଙ୍ଗିର ଜିଲ୍ଲା ସଇଁନ୍ତଲା- ବାଦୀପଡା ଲାଂଥ ନଦୀ ବ୍ରିଜ ଦୀର୍ଘ ବର୍ଷ ପରେ ମଧ୍ୟ କାମ ସମ୍ପୂର୍ଣ୍ଣ ହୋଇ ନାହିଁ।।ଯାହାକୁ ନେଇ  ସ୍ଥାନୀୟ ଅଞ୍ଚଳ ଜନସାଧାରଣ ଙ୍କ ଉପରେ ଅସନ୍ତୋଷ ପ୍ରକାଶ ପାଇଛି। ରାଜନେତାଙ୍କ ଅଣଦେଖା ଓ ଠିକାଦାରଙ୍କ ଅବହେଳା ଯୋଗୁଁ ଠିକ ଭାବେ କାର୍ୟ୍ୟ ସମ୍ପାଦନ ହୋଇପାରୁ ନଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଆଗାମୀ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଥିବା ବେଳେ ସ୍ଥାନୀୟ ଲୋକେ ଭୋଟ ବର୍ଜନ କରିବାକୁ ମଧ୍ୟ ଚେତାବନୀ ଦେଇଛନ୍ତି।ସୂଚନା ମତେ ଡୁଙ୍ଗୁରିପାଲି, କଅଁସର, ଘୁନସର ଭଳି ଅନେକ ପଞ୍ଚାୟତର ହଜାର ହଜାର ଲୋକେ ଏହି ବାଦୀପଡା ରାସ୍ତା ଦେଇ ନଦୀ ପାର ହୋଇ ଯା’ଆସ କରିଥାନ୍ତି । ତେବେ  ୫ ବର୍ଷ ରୁ ଅଧିକ ହେବ ବ୍ରିଜ ସମ୍ପୂର୍ଣ୍ଣ ହେଉ ନ ଥିବା ବେଳେ ଯାତାୟାତ କରିବା ପାଇଁ ସ୍କୁଲ,କଲେଜ  ଛାତ୍ରଛାତ୍ରୀ ସମେତ ଗର୍ଭବତୀ ମହିଳାମାନଙ୍କ ପାଇଁ ଅନେକ ବାଧାପ୍ରାପ୍ତ ହୋଇଛି।ପ୍ରକାଶ ଥାଉକି ଯେ, ବାଦୀପଡା ନିକଟରେ ଉକ୍ତ ନଦୀ ଉପରେ ପ୍ରାୟ ୧୪ କୋଟି ଟଙ୍କା ବ୍ୟୟରେ ଏକ ପୋଲ ନିର୍ମାଣ କାର୍ଯ୍ୟ ଗତ ୧୮/୦୨/୨୦୧୬ରୁ ଆରମ୍ଭ ହୋଇଥିବା ବେଳେ ଏହି ପୋଲ ନିର୍ମାଣ କାର୍ଯ୍ୟ ଗତ ୧୪/୦୫/୨୦୧୮ ମସିହାରେ ସମାପ୍ତ ହେବା କଥା । ହେଲେ ଠିକାଦାରଙ୍କ ଅବହେଳା ଯୋଗୁଁ ବ୍ରିଜ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇ ପାରୁନାହିଁ, ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଘନଘୋର ଅସନ୍ତୋଷ ପ୍ରକାଶ ପାଇଛି । ତେବେ ଗତ କିଛି ଦିନ ତଳେ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ, ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଉକ୍ତ ବ୍ରିଜର ତଦାରଖ କରିବା ପାଇଁ ଆସିଥିବା ବେଳେ ଅସନ୍ତୋଷ ଲୋକଙ୍କ ପ୍ରଶ୍ନ ବାଣରେ ଦୁଇ ମନ୍ତ୍ରୀ ଘାଇଲା ହୋଇଥିବା ଦେଖିବାକୁ ମିଳିଥିଲା ।ଅନ୍ୟପଟେ ମନ୍ତ୍ରୀ ଟୁକୁନି ସାହୁ ଲୋକଙ୍କ ପ୍ରଶ୍ନ ଉତ୍ତର ନ ଦେଉ ଚୁପଚାପ ରହି ଯାଇ ଥିବା ବେଳେ ଲୋକେ ଅସନ୍ତୋଷ ପ୍ରକାଶ ମଧ୍ୟ କରିଥିଲେ।ଲୋକେ ବ୍ରିଜ ସମ୍ପୂର୍ଣ୍ଣ ହେବା ପରେ  ଯାତାୟାତ କରିବା ପାଇଁ ଅନେକ ସ୍ୱପ୍ନ ଦେଖୁଥିବା ବେଳେ ତାହା ଅଧାରେ ଅଟକି ରହିଛି।କେବେ ସମ୍ପୂର୍ଣ୍ଣ ହେବ କାହାକୁ ମଧ୍ୟ ଜଣାନାହିଁ।।ତେବେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବାକୁ ସ୍ଥାନୀୟ ଥାନାଧିକାରୀ ଅବନୀ ସାହୁ ଓ ପୁଲିସ ପ୍ରଶାସନ ମଧ୍ୟ ଉପସ୍ଥିତ ରହିଥିଲେ।ଏହି ଜଳ ସତ୍ୟାଗ୍ରହ ଆନ୍ଦୋଳନ କୁ ସମର୍ଥନ କରି ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ସୁରେନ୍ଦ୍ର ସିଂଭୋଇ , ବିଜେପି ନେତା ମହେନ୍ଦ୍ର ଠାକୁର ,ବ୍ଳକ କଂଗ୍ରେସ ସଭାପତି ଗୁଣ ସାଗର ମାଝୀ,ପୂର୍ବତନ ସରପଞ୍ଚ ମକୁନ୍ଦ ନାଗ,ପୂର୍ବତନ ସରପଞ୍ଚ ଉତ୍ତମ ପଟେଲ,ପୂର୍ବତନ ସରପଞ୍ଚ କପିଳାସ ଦୋରା,ଲକ୍ଷେ ସ୍ୱର ସାହୁ,ଙ୍କ ସମେତ କୋଶଳ ସମନ୍ୱୟ ସମିତି ଓ ସ୍ଥାନୀୟ ଜନସାଧାରଣ ସାମିଲ ହୋଇଥିଲେ।ଅନ୍ୟପଟେ ଜାତୀୟ ରାଜପଥ ୨୬ ଡାକ ବଙ୍ଗଳା ଠାରେ ଅବରୋଧ କରାଯାଇ ଥିଲା ଫଳରେ ଗାଡି ଚଳାଚଳ ସ୍ବାଭାବିକ ଭାବେ ବନ୍ଦ ହୋଇ ପଡିଥିଲା। ତେବେ ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦେଇଥିବା ବେଳେ ଯଦି ଆଗାମୀ ଦିନରେ ଖୁବଶୀଘ୍ର ବ୍ରିଜ ନିର୍ମାଣ ସମ୍ପୂର୍ଣ୍ଣ ନ ହେଲେ ପୁଣିଥରେ ଜାତୀୟ ରାଜପଥ ଅବରୋଧ କରାଯିବ ବୋଲି ମଧ୍ୟ ଅଞ୍ଚଳ ବାସୀ ଚେତାବନୀ ଦେଇଛନ୍ତି। 
ବଲାଙ୍ଗିର ରୁ ରଞ୍ଜନ କୁମାର ବାଗ  ଙ୍କ ରିପୋର୍ଟ,୧୦/୧/୨୦୨୨---୯,୨୦ 
Sakhigopal News,10/1/2022

ads

Blog Archive