ads

Breaking News

ବିଞ୍ଚଣା ଠାରେ ନିଖିଳ ଉତ୍କଳ ଆଳୀୟ ଖଣ୍ଡାୟତ ସମାଜର ବାର୍ଷିକ ଉତ୍ସବ

Nikhil Utkal Aliya Khandayat Samaj is an annual festival in Binchana

ଭଞ୍ଜନଗର--- କ୍ଷତ୍ରିୟବରପୁର ପଞ୍ଚାୟତ ଅନ୍ତର୍ଗତ  ବିଞ୍ଚଣା ଠାରେ  ନିଖିଳ ଉତ୍କଳ ଆଳୀୟ ଖଣ୍ଡାୟତ ସମାଜ ପକ୍ଷରୁ ବାର୍ଷିକ ଉତ୍ସବ ଓ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି । ବିଞ୍ଚଣା ପଲ୍ଲୀ ସଭାପତି  ମାର୍କଣ୍ଡ ନାୟକଙ୍କ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ  ମଣ୍ଡଳ ସଭାପତି  ଦିବ୍ୟଲୋଚନ ବିଶ୍ବାଳ , କେନ୍ଦ୍ରିୟ ଉପସଭାପତି କଲି ପରିଡ଼ା , କେନ୍ଦ୍ରିୟ ସାଧାରଣ ସଂପାଦକ  ନିରଞ୍ଜନ ନାୟକ , କେନ୍ଦ୍ରିୟ ସଦସ୍ୟ - କୁଞ୍ଜବିହାରୀ ମହାନ୍ତି , ହରିବନ୍ଧୁ ଲେଙ୍କା , ସ୍ଥାନୀୟ ସରପଞ୍ଚ ରାଜେନ୍ଦ୍ର ଗୈାଡ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ସମାଜ ସଂସ୍କାର କ୍ଷେତ୍ରରେ ପ୍ରତ୍ୟେକ ଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବା ସହ , ମହିଳା ସଶକ୍ତିକରଣ ଓ ମହିଳା ମଣ୍ଡଳ ଗଠନ ଓ ୨୧ ବର୍ଷ ବୟସରେ ଝିଅଙ୍କ ବିବାହ ସଂକ୍ରାନ୍ତରେ  ଆଲୋଚନା ହୋଇଥିଲା । କୋଭିଡ୍ କଟକଣା ମଧ୍ୟରେ ଆୟୋଜିତ ଉତ୍ସବରେ କୁଞ୍ଜବିହାରୀ ନାୟକ ରମେଶ ବିଶ୍ବାଳ ଙ୍କ ସମେତ  ସ୍ଥାନୀୟ ବିଭିନ୍ନ ଅଞ୍ଚଳର ପଲ୍ଲୀ ସଭାପତି , ସଂପାଦକ ଓ ସଦସ୍ୟ ପ୍ରମୁଖ ଯୋଗଦେଇଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ, ୧୦/୧/୨୦୨୨---- ୮,୨୫  Sakhigopal News,10/12022

ads

Blog Archive