କନ୍ଧମାଳ ରୁ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଲମ୍ବିଛି ନିଶା ବେପାର; ୨ ଗିରଫ , ୨୧ କିଲୋ ଗଞ୍ଜେଇ ଜବତ
ଭଞ୍ଜନଗର--ଏବେ ଅଭିନବ ଢ଼ଙ୍ଗରେ ଚାଲାଣ ହେଉଛି ଗଞ୍ଜେଇ । କେବେ ପଇଡ଼ ଭର୍ତି ଗାଡ଼ିରେ ତ' କେବେ ତେଲ ଟାଙ୍କିରେ । ଏବେ କିନ୍ତୁ ଗଞ୍ଜେଇ ମାଫିଆ ମାନେ ପୁଣି ଭିନ୍ନ ତରିକା ଆପଣେଇଛନ୍ତି । ମାଲବାହୀ ଟ୍ରକ୍ କିମ୍ବା ଦାମୀକାର୍ ଯୋଗେ ଗଞ୍ଜେଇ ଚାଲାଣ କରି ଆଉ ରିସ୍କି ନେବାକୁ ଚାହୁଁନାହାଁନ୍ତି । ବରଂ ଯାତ୍ରୀ ଭାବରେ ଅଳ୍ପ ଅଳ୍ପ ଗଞ୍ଜେଇ ବ୍ୟାଗରେ ଧରି ଚାଲାଣ କରିବା ଭଳି ଚତୁରନୀତି ଆପଣେଇଛନ୍ତି । ହେଲେ ମାଫିଆ ମାନଙ୍କ ଚାଲାକି ପଣକୁ ଅତି ସହଜରେ ଦଖଲ କରୁଛି ପୋଲିସ । ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ସଫଳ ହେଉଛି । ଏଭଳି ଘଟଣା ପୁଣି ନଜରକୁ ଆସିଛି ଗଂଜାମ ଜିଲ୍ଲା ଭଂଜନଗର ଥାନା ଅଞ୍ଚଳରେ । ବ୍ୟାଗ୍ ରେ ଗଞ୍ଜେଇ ଧରି ଖାରିଗୁଡା ଗାଁ ନିକଟ ମୁଖ୍ୟରାସ୍ତା କଡରେ ବସ୍ ଅପେକ୍ଷା କରିଥିବା ଦୁଇଜଣଙ୍କୁ କାବୁ କରି ଧରିବା ସହ , ସେମାନଙ୍କ ଠାରୁ ୨୧ କିଲୋ ୮୦୦ ଗ୍ରାମ ଗଞ୍ଜେଇ ଜବତ କରିଥିଲା ପୋଲିସ । ଏହା ସହ ସେମାନଙ୍କ ଠାରୁ ୧୧,୩୦୦ ଟଙ୍କା ଓ ଗୋଟିଏ ମୋବାଇଲ ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ କନ୍ଧମାଳ ଜିଲ୍ଲାର କିରଣ ଦିଗାଳ ଏବଂ ପଶ୍ଚିମବଙ୍ଗର ଅଜୟ ମଣ୍ଡଳ । ସେମାନେ କନ୍ଧମାଳ ରୁ ଭୁବନେଶ୍ଵର ଦେଇ ପଶ୍ଚିମବଙ୍ଗ ଗଞ୍ଜେଇ ଚାଲାଣ କରିବାକୁ ଉଦ୍ୟମ କରୁଥିବା କୁହାଯାଉଛି । ଏସଂକ୍ରାନ୍ତରେ ଭଂଜନଗର ଥାନା କେଶ୍ ନମ୍ବର - ୧୯/୨୨ ରେ ମାମଲା ରୁଜୁ କରି ଗିରଫ ଦୁଇ ଅଭିଯୁକ୍ତ ଙ୍କୁ କୋର୍ଟକୁ ଚାଲାଣ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଥାନାଧିକାରୀ ଧିରେଶ କୁମାର ଦାସ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୯/୧/୨୦୨୨----୯,୧୫ Sakhigopal News,9/1/2022



