ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଦ୍ୱାରା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ
ଭଞ୍ଜନଗର---- ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କରିଛନ୍ତି ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ପ୍ରାୟ ୪୧ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଭଂଜନଗର ବ୍ଳକ କୁଲାଡ ପଞ୍ଚାୟତର କୋଟିବିରାଡି ଗାଁ ନିକଟ ବଡନଦୀ ର ଦକ୍ଷିଣ ପାର୍ଶ୍ଵ ର କୋଟିବିରାଡି ଠାରୁ ମନ୍ଦାର ପର୍ଯ୍ୟନ୍ତ ୧୧ କୋଟି ଟଙ୍କା ବ୍ୟୟ ଅଟକଳ ରେ ନିର୍ମିତ ହେବ ବନ୍ୟା ନିୟନ୍ତ୍ରଣ ବନ୍ଧର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ମନ୍ତ୍ରୀ ଶ୍ରୀ ଆରୁଖ । ଏହାସହ ଢୋଲପିଟା ବନନଦୀ ଠାରେ ୩୦ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁଥିବା "ଅନ୍ତଃନଦୀ ଜଳାଶୟ" ନିର୍ମାଣ ର ଶୁଭ ଦେଇଥିଲେ । ସଂପୃକ୍ତ ଅଞ୍ଚଳର ଗାଲେରୀ , ତୁରୁମୁ ଏବଂ ବ୍ରାହ୍ମଣପଦର ଅଞ୍ଚଳର ଚାଷୀଙ୍କ ପାଇଁ ଉପଲବ୍ଧ ହେବାକୁଥିବା , ମେଗା ଉଠାଜଳସେଚନ କାର୍ଯ୍ୟ ନିର୍ମାଣଧୀନ ରହିଛି । ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବା ଅନ୍ତଃନଦୀ ଜଳାଶୟ ନିର୍ମାଣ ହେଲେ, ସଂପୃକ୍ତ ଜଳସେଚନ ପ୍ରକ୍ରିୟା ଆରମ୍ଭ ହେବ । ଏଥିପାଇଁ ଟେଣ୍ଡର କାର୍ଯ୍ୟ ଶେଷ ହୋଇଛି । ଏହି ଯୋଜନା କାର୍ଯ୍ୟକାରୀ ହେବାଦ୍ବାରା , ସ୍ଥାନୀୟ ଅଞ୍ଚଳର ଚାଷୀଙ୍କ , ପ୍ରାୟ ୪୦୦୦ ହେକ୍ଟର ଜମିକୁ ଜଳସେଚନ ର ସୁବିଧା ହୋଇପାରିବ । ଏହାସହ ସ୍ଥାନୀୟ ଅଞ୍ଚଳର ଚାଷୀଙ୍କ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ବିକାଶ ହୋଇ ପାରିବ ବୋଲି ମନ୍ତ୍ରୀ ଶ୍ରୀ ଆରୁଖ ନିଜ ପ୍ରତିକ୍ରିୟାରେ କହିଥିଲେ ।
କୋଟିବରାଡି ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ଆରୁଖ ଙ୍କ ସହ ସ୍ଥାନୀୟ କୁଲାଡ ପଞ୍ଚାୟତ ସରପଞ୍ଚ ପ୍ରକାଶଚନ୍ଦ୍ର ପାଣିଗ୍ରାହୀ , ବିଡ଼ିଓ ଅନିଲ କୁମାର ସେଠୀ , ବିଭାଗ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ । ସେହିଭଳି ଭଂଜନଗର ଠାରେ ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ ନିର୍ମାଣ ହେବାକୁଥିବା ମିଶନ ଶକ୍ତି ଭବନ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ଭଂଜନଗର ବ୍ଳକ କାର୍ଯ୍ୟାଳୟ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମିସନଶକ୍ତି ଜରିଆରେ ମହିଳା ମାନଙ୍କ ବିକାଶ ପାଇଁ ରାଜ୍ୟସରକାର ଙ୍କ ଉଦ୍ୟମ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ମନ୍ତ୍ରୀ ନିଜ ବକ୍ତବ୍ୟରେ କହିଥିଲେ । ସେହିଭଳି ସ୍ଥାନୀୟ ଡିହପଢାଳ ପଞ୍ଚାୟତ ର , ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ର ଉଦଘାଟନ କରିଥିଲେ ମନ୍ତ୍ରୀ ଶ୍ରୀ ଆରୁଖ ।

ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୯/୧/୨୦୨୨----୮,୩୦ Sakhigopal News,9/1/2022