ads

Breaking News

ବ୍ରିଜ ନିର୍ମାଣ ଦାବିରେ ଜଳ ସତ୍ୟା ଗ୍ରହ, ପାଣିରେ ବସିଲେ ଗ୍ରାମ ବାସୀ , ଯୋଗଦେଲେ ପୂର୍ବତନ ମନ୍ତ୍ରୀ ବିଜେପି ନେତା

 The BJP leader joined the demand for the construction of a bridge, a water satya planet, a village sitting in the water, and a former BJP leader



ବଲାଙ୍ଗୀର---- ସଇଁତଲା ଓ ବାଦୀପଡା ମଝିରେ ଥିବା ଲାନ୍ଥ ନଦୀରେ ବ୍ରିଜ ନିର୍ମାଣ ଦାବିନେଇ କୋଶଳ ଯୁବ ସମନ୍ୱୟ ସମିତି ସହିତ ସଇଁତଲା,ଡୁଙ୍ଗୁରିପାଲି, ଆମ୍ବପାଳି,ଘୁଂସର ଓ କଂସର ପଞ୍ଚାୟତର ଶତାଧିକ ଲୋକେ ଆଜି ଲାନ୍ଥନଦୀରେ ଜଳ ସତ୍ୟାଗ୍ରହ  କରିଛନ୍ତି। ପ୍ରାୟ ୬ଟି ପଞ୍ଚାୟତର ଲୋକେ ନଦୀ ପାଣିରେ ବସି ଧାରଣା ଦେଇଛନ୍ତି।ସଇଁତଲା ଓ ବାଦୀପଡାକୁ ସଂଯୋଗ କରୁଥିବା ଏହି ମୁଖ୍ୟରାସ୍ତାରେ ସଇଁତଲା ଓ ବାଦୀପଡା ମଧ୍ୟରେ ଏହି ନଦୀ ଉଭୟ ଅଞ୍ଚଳ ବାସୀଙ୍କୁ ଯୋଗାଯୋଗ ବିଛିନ୍ନ କରିଦେଇଛି।ବିଶେଷ କରିକି ଡୁଙ୍ଗୁରିପାଲି,ଆମ୍ବପାଲି, ଘୁନସର, କଂସର ଅଞ୍ଚଳର ଜନସାଧାରଣ ସ୍କୁଲ, କଲେଜ ଓ ସଇଁତଲାରେ ଥିବାଡାକ୍ତର ଖାନା,ବ୍ୟବସାୟିକ କାରବାର,ଅନେକ ସରକାରୀ ଓ ବେସରକାରୀ ତଥା ବ୍ୟବସାୟ କାର୍ଯ୍ୟପାଇଁ ସଇଁତଲାକୁ ନିର୍ଭର କରିଥାନ୍ତି ।   ସଇଁତଲା ଓ ବାଦୀପଡା ମଧ୍ୟରେ ଲାନ୍ଥ ନଦୀ ପ୍ରଭାହିତ ହେଉଥିବାରୁ ଯାତାୟତ କରିବାରେ ଅନେକ ସମସ୍ୟାର ସୁମ୍ଭୁଖୀନ ହୋଇଛି ।ବିଶେଷ କରିକି  ବର୍ଷାଦିନେ ସଇଁତଲା ଯିବାପାଇଁ ୧୦ କିଲୋମିଟର ଅଯଥାରେ ବୁଲିବାକୁ ପଡ଼ିଥାଏ।ଏହି ଲାନ୍ଥ ନଦୀରେ ବ୍ରିଜ ନିର୍ମାଣ ପାଇଁ ୨୦୧୬ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିଥିଲେ ।
୨୦୧୮ ମସିହାରେ ସେତୁ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହେବାର ଥିଲା । କିନ୍ତୁ ଦୁଃଖର ବିଷୟ ରାଜନୈତିକ ଅବହେଳା ଓ ଠିକାଦାରୀ ପ୍ରୀତି ଯୋଗୁ ଏ ପର୍ଯ୍ୟନ୍ତ ବ୍ରିଜ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ ହୋଇପାରିନାହିଁ।ଅନେକ ଥର ସ୍ଥାନିୟ ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ଅନେକ ନେତା ମନ୍ତ୍ରୀଙ୍କୁ  ଅଞ୍ଚଳ ଲୋକେ ଗୁହାରି କରିଥିଲେ ସୁଦ୍ଧା କେହି କର୍ଣ୍ଣପାତ କରୁନଥିବାରୁ ଆଜି ଜଳ ସତ୍ୟାଗ୍ରହ କରାଯାଇଛି ।  ଯୁବ ସମନ୍ୱୟ ସମିତି ଓ ଅଞ୍ଚଳ ବାସୀ,ଯେପର୍ଯ୍ୟନ୍ତ ଦାବି ପୂରଣନ ହୋଇଛି ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରିରହିବ ବୋଲି ଆନ୍ଦୋଳନକାରୀ ମାନେ ଚେତାବନୀ ଦେଇଛନ୍ତି।ଆନ୍ଦୋଳନକୁ ସମର୍ଥନ କରି  ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ବିଜେପି ବିଧାୟକ ପ୍ରାଥି ମହେନ୍ଦ୍ର ଠାକୁର ଜଳ ସତ୍ୟାଗ୍ରହରେ ସାମିଲ ହୋଇଥିବାର ଦେଖାଯାଇଛି ।

ବଲାଙ୍ଗୀରରୁ ରଞ୍ଜନ କୁମାର ବାଗଙ୍କ ରିପୋର୍ଟ, ୧୦/୧/୨୦୨୨---୨,୩୦   Sakhigopal News,10/1/2022

ads

Blog Archive