ads

Breaking News

ଗାଁ ଗଣ୍ଡାରେ ଶାମ୍ବଦଶମୀ ପର୍ବ ପାଳିତ ; ପିଠା, ପଣାବାସ୍ନାରେ ମହିକିଲା ଦାଣ୍ଡ

Shambhadashami is celebrated in the village Ganda; Cakes, honeycombs in the pan

 ସାକ୍ଷୀଗୋପାଳ ------  ଆଜି ହେଉଛି ଓଡିଆ ମାନଙ୍କର ବା ହିନ୍ଦୁ ମାନେ ସୂର୍ଯ୍ୟ ଦେବତାଙ୍କୁ ପୂଜା  କରିଥାନ୍ତି । ଏହି ଅବସରରେ ଧନୀ ଠାରୁ ଗରିବ ପର୍ଯ୍ୟନ୍ତ ସମସ୍ତେ ଏହି ପୂଜା କରିଥାନ୍ତି । ଗାଁ ଗଣ୍ଡାରେ ଶାମ୍ବଦଶମୀ ତଥା ସୂର୍ଯ୍ୟଦେବତାଙ୍କର ପୂଜା ଅନୁଷ୍ଠିତ ହୋଇଯାଇଛି ।  ପିଠା ପଣା ମାସ୍ନାରେ ଗ୍ରାମ ଦାଣ୍ଡ ମହକି ଉଠିଥିଲା ।ନିଜ ପରିବାରଙ୍କୁ ରୋଗ ମୁକ୍ତ ରଖିବା ପାଇଁ ସୂର୍ଯ୍ୟଙ୍କୁ ପୂଜା କରାଯାଇଥାଏ । ସକାଳୁ ସକାଳୁ ଘରର ମହିଳା ମାନେ ଚଉରା ମୂଳରେ  ବା ଘର ଅଗଣାରେ ଚିତା, ମୁରୁଜ ପକାଇ ସୂର୍ଯ୍ୟ ଉଦୟ ହେବା ପରେଏକ ପିଡାରେ ଗୁଆ ଥୋଇ ନାଲିଫଲ ସହିତ ଧୂପ, ଦୀପ ଦେଇ  ବାଳଭୋଗ କରିଥାନ୍ତି । ପୂବାହ୍ନରେ ଖେଚୁଡି, ଡାଲାମା, ଡାଲି, ତରକାରୀ, ଶାଗ, ଖଟା, କ୍ଷୀରି , ରାବେଡି, ରସାବଳି, ଛେନା, ରସଗୋଲା ସହିତ ଚକୁଳି, ଛଣାପିଠା, ଆରିସା, କାକେରା, ମକରଚାଉଳ ଆଦି ପୂଜା କରାଯାଇଥାଏ ।  ଏଥିରେ ସୂର୍ଯ୍ୟ ଦେବତାଙ୍କୁ ମାନସିକ କରି ରୋଗରୁ  ମୁକ୍ତି ପାଇଥିବା ପରିବାର ପକ୍ଷରୁ ମାନସିକ ଭୋଗ ମଧ୍ୟକରାଯାଇଥାଏ । ସେହିପରି ସଂଧ୍ୟାରେ ସୂର୍ଯ୍ୟ ଦେବତାଙ୍କୁ ପଣା ଭୋଗ କରାଯାଇ ପରିବାରଙ୍କୁ ରୋଗରୁ ରକ୍ଷା କରିବା ପାଇଁ ସୂର୍ଯ୍ୟ ଦେବତାଙ୍କ ନିକଟରେ ଘରର ମହିଳା ମାନେ ପ୍ରାର୍ଥନା କରିଥାନ୍ତି । ।  ସେହିପରି କେତେକଙ୍କ ଘରେ ରାତିରେ ଶାମ୍ବ ଅସୁର ପାଇଁ  ବୁଡା ଚକୁଳି ସହିତ ଆମିଷ ଭୋଗ କରିବାର ପରମ୍ପରାରହିଛି । 


ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୨/୧/୨୦୨୨---୫,୪୦  

  Sakhigopal News, 12/1/2022

ads

Blog Archive

Popular Posts