ads

Breaking News

ସତ୍ୟବାଦୀରେ ବର୍ଷା ଆଶଙ୍କାରେ ଚାଷୀ

In reality, farmers are at risk of rain

ସାକ୍ଷୀଗୋପାଳ--- ପୁରୀ ଜିଲ୍ଲା ସତ୍ୟବାଦୀରେ ଏବେ କୋହଳା ପାଗ ଯୋଗୁ ଚିନ୍ତାରେ ପଡିଛନ୍ତି ଚାଷୀ । ମଙ୍ଗଳବାର ରାତିରୁ ପାଗ କୋହଳିଆ ହେବା ସହ ଅଳ୍ପ ପରିମାଣର ବର୍ଷା ମଝିରେ ମଝିରେ ହେଉଛି । ଯାହାକୁ ନେଇ ଚାଷୀ ମାନେ ଏବେ ଚିନ୍ତାରେ ପଡି ଯାଇଛନ୍ତି । ଅଦିନିଆ ଲଘୁଚାପ ଜନିତ ବର୍ଷା ଯୋଗୁ ପାଚିଲା ଧାନ ନଷ୍ଟ ହୋଇଥିବା ବେଳେ ଏବେ ଯଦି ବର୍ଷା ହେବ ତା ହେଲେ ଧାନ ସହିତ ପନିପରିବା ଚାଷ ସମ୍ପୁର୍ଣ୍ଣ ନଷ୍ଟ ହେବ ବୋଲି ଚାଷୀ ଲକ୍ଷ୍ମଣ ବେହେରା, ରାମ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ବେହେରା , ରାମ ଦାଶ ପ୍ରମୁଖ କହନ୍ତି । ଏପରିକି ସମୟ ପଳାଉଛି ମୁଗ ବୁଣି ହେଉନି ବିଲରେ ପାଗ ହେଉନାହିଁ ବୋଲି ଚାଷୀ ମାନେ କହନ୍ତି ।  

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୨/୧/୨୦୨୨ – ୫.୪୦

   Sakhigopal News, 12/1/2022

 


ads

Blog Archive

Popular Posts