ରେଳବାଇ ବିଦ୍ୟାଳୟ ପୂର୍ବତନ ଛାତ୍ର ସଂଗଠନ ପକ୍ଷରୁ ଶୋକ ସଭା
Mourning meeting on behalf of the alumni association of the Railway School.
ଜଟଣୀ ---ଆଜି ରେଳବାଇ ବିଦ୍ୟାଳୟ ପୂର୍ବତନ ଛାତ୍ର ସଂଗଠନ (ରୋଜା) ତରଫରୁ ରେଳବାଇ ବିଦ୍ୟାଳୟ ଜଟଣୀ ଠାରେ ରୋଜାର ପ୍ରତିଷ୍ଠାତା ସଭ୍ୟ ଶଙ୍କର ନାୟକଙ୍କ ଅକାଳ ବିୟୋଗ ଯୋଗୁଁ ଏକାଦଶାହ ଉପଲକ୍ଷେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସଭ୍ୟ ବିନୋଦ ମିଶ୍ରଙ୍କ ପୌରହିତ୍ୟରେ ଉପସ୍ଥିତ ସଭ୍ୟମାନେ ସ୍ବର୍ଗତ ଆତ୍ମାର ସଦ୍ଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରିଥିଲେ । ସେ ଜଣେ ସରଳ, ଅମାୟୀକ, ସମୟାନୁବର୍ତିତା, ଆଦର୍ଶ ଓ ସତ ବ୍ୟକ୍ତିର ଅଧିକାରୀ ହୋଇଥିବାରୁ ରୋଜା ପରିବାରବର୍ଗ ତାଙ୍କ ପଦାନୁସରଣ କରିପାରିଲେ ତାହା ତାଙ୍କ ପାଇଁ ଶ୍ରେଷ୍ଟ ଶ୍ରଦ୍ଧାଞ୍ଜଳୀ ହୋଇପାରିବ ବୋଲି ସଭାରେ ମତ୍ତପ୍ରକାଶ ପାଇଥିଲା । ସେ ଜଣେ ଧୂର, ସ୍ଥିର, ନମ୍ର, ଭଦ୍ର, ଆଗାଢ଼ ପାଣ୍ଡିତ୍ୟ, ସ୍ଵେଚ୍ଛାସେବୀ ଏବଂ ଜ୍ୟୋତିଷ ଶାସ୍ତ୍ର ଦ୍ବାରା ପରିଚିତ ଥିବା ସହିତ ହିନ୍ଦୀ, ଇଂରାଜୀ ଓ ଓଡ଼ିଆ ଭାଷା ଉପରେ ବିଶେଷ ଦକ୍ଷତା ପ୍ରତିପାଦନ କରିପାରୁଥିଲେ। ଉକ୍ତ ସଭାରେ ଅରୁଣ କୁମାର ମହାନ୍ତି, ଡା. ସଞ୍ଜୟ କୁମାର ଦାସ, ବିଜୟ କୁମାର ରଥ, ଡଃ. ଗୌରୀ ପ୍ରସାଦ ସିଂହ, ସୁବ୍ରତ ପଣ୍ଡା, ରଞ୍ଜିତ ଦାସ, ପ୍ରଣତୀ ସ୍ୱାଇଁ, କାକଲି ମୁନ୍ସି, ଗୌରୀ ମହାନ୍ତି, ଶିଶିର ପାଢ଼ୀ, ଦିଲ୍ଲିପ କୁମାର ପାଣିଗ୍ରାହୀ, ପ୍ରଦୀପ ତ୍ରିପାଠୀ, ନିରଞ୍ଜନ ମିଶ୍ର, ପ୍ରଶାନ୍ତ କୁମାର ପାଢ଼ୀ ଯୋଗଦେଇ ଶଙ୍କର ନାୟକଙ୍କ ସ୍ମୃତି ଚାରଣ କରିଥିଲେ। ଡଃ ତପନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୪/୧/୨୦୨୨---୭,୪୦ Sakhigopal News,14/1/2022



