ads

Breaking News

ମକର ସଂକ୍ରାନ୍ତି ଅବସରରେ ଔଷଧୀୟ ବୃକ୍ଷ ରୋପଣ

Planting medicinal plants during the solstice


 ଡେଲାଙ୍ଗ ---- ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ବୋଳକଣା ଗ୍ରାମର ସବୁଜ ଡେଲାଙ୍ଗ ଟ୍ରଷ୍ଟ ପକ୍ଷରୁ ପବିତ୍ର ମକର ସଂକ୍ରାନ୍ତି ଅବସରରେ ଗୁଡୁପାଇଲୋ ଗ୍ରାମର ନିଳକଣ୍ଠେଶ୍ୱରମନ୍ଦିର ପାଶ୍ୱର୍ରେ ଔଷକ୍ଷୀୟ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପରିବେଶବିତ୍ତି ଅପର୍ତ୍ତି ମହାପାତ୍ର ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସବୁଜ ଡେଲାଙ୍ଗ ଟ୍ରଷ୍‌ଟର ପ୍ରତିଷ୍ଠାତା ତଥା ଆଇନଜୀବୀ ହୃଷିକେଶ ପାଢ଼ୀଙ୍କୁ ପରିବେଶବିତ୍ତି ଶ୍ରୀ ମହାପାତ୍ର ନିଜ ନର୍ସରୀରୁ ବେଲ, ଡାଲିମ୍ବ, ଅଶୋକା, ଅଁଳା, ହରିଡା, ବାହାଡା, ଆଦି ଔଷଧୀୟ ବୃକ୍ଷ ଚାରା ପ୍ରଦାନ କରିଥିଲେ । ପରିବେଶ ବିତ୍ତି ଶ୍ରୀ ପାଢ଼ୀ ମନ୍ଦିର ପାଖରେ ଖାଲି ପଡିଥିବା ଜମିରେ ବେଲ ବୃକ୍ଷ ରୋପଣ କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ନୃସିଂହ ପ୍ରଧାନ, ଦାଶରଥି ଜେନା, ସୋମନାଥ ସେନାପତି ପ୍ରମୁଖ ଉପସ୍ଥିତ ରହିଥିଲେ । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ଫଟୋନଂ-୧୪/୧/୨୦୨୨---୯,୪୦ 

 Sakhigopal news, 14/1/2022

ads

Blog Archive

Popular Posts