ads

Breaking News

ମନ୍ଦିର ବେଢ଼ାରେ ମକର ଚାଉଳର ବାସ୍ନା ହେଲା ନାହିଁ , ମନ୍ଦିରରେ ବାହାରରେ ଭୋଗ ପ୍ରସ୍ତୁତ ;ଶ୍ରଦ୍ଧାଳୁ ନିରାଶ

 There was no smell of corn rice on the fence of the temple, the food was prepared outside the temple; the devotees were disappointed.


ସାକ୍ଷୀଗୋପାଳ ---- ମହାମାରୀ କରୋନା ସଂକ୍ରମଣ ଉପରମୁହାଁ ହେବା ଯୋଗୁ ସାକ୍ଷୀଗୋପିନାଥଙ୍କ ମନ୍ଦିରରେ  ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଜାରି କରାଯାଇଛି । କୌଣସି ଭକ୍ତଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ ଉପରେ ଲଗାଯାଇଛି ରୋକ । ଯାହା ଫଳରେକି ମନ୍ଦିର ମକର ବେଡାରେ ମକର ଚାଉଳ ବାସ୍ନା ଏବର୍ଷ ବାସିଲା ନାହିଁ । ଶ୍ରଦ୍ଧାଳୁ ମାନଙ୍କ ମନରେ ଦୁଖଃ ହେବା ସହ ଠାକୁରଙ୍କୁଦର୍ଶନ ନକରି ନିରାଶ ହୋଇଛନ୍ତି । ମନ୍ଦିର ବାହାରେ ଶ୍ରଦ୍ଧାଳୁ ଓ ମାନସିକ ଭୋଗଧାରୀ ମାନେ ବାହାରେ ମକର ଚାଉଳ ପ୍ରସ୍ତୁତ କରି ଠାକୁରଙ୍କୁ ଅର୍ପଣ କରିଥିବାର ଦେଖାଯାଇଥିଲା । ପରମ୍ପରା ଅନୁଯାୟୀ  ଗମ୍ଭିରାରେ ପାଣି ପଡିବା ପରେ ଦଧି, ରୂପା ପାତ୍ରରେ ନଳିପାନ, ମକରଚାଉଳ, ଶାକର ଦ୍ୱିପହର ଧୂପରେ ଚାରିଗୋଟି ବେଢ଼ା କରାଯିବ । ପରେ ପରେ ମନ୍ଦିର ଚୁଡାରେ ନୂତନ ପକକା   ବନ୍ଧା ଯିବା ପରେ ଦ୍ୱୀପହର ଧୂପ କରାଯାଇଛି  ।  ଦୁବ, ନୂତନ ଚାଉଳ, ନଡିଆ ସହିତ ସାତ ଆଳତି କରାଯାଇ ମକରଚାଉଳ ଭୋଗ କରାଯାଇଥିଲା । ପୂଜାପଣ୍ଡା ଓ ପାଳିଆପତି ସେବକ ବଳି ଆଟିକାରେ ମକର ଚାଉଳ ନେଇ ନବାଙ୍କ ସ୍ଥାନରେ ପ୍ରଦାନ କରିଥିଲେ ।  ତାପରେ ଶ୍ରଦ୍ଧାଳୁ ଓ ମାନସିକ ଧାରିମାନେ ମକର ଚାଉଳ ଭୋଗ କରିବାର ପରିମ୍ପରା  ରହିଛି ବୋଲି ମନ୍ଦିର ସୁପରଭାଇଜର ବିଶ୍ୱନାଥ ମହାପାତ୍ରଙ୍କ ଠାରୁ ସୁଚନା ମିଳିଛି । ମକର ସଂକ୍ରାନ୍ତିରେ ଠାକୁରଙ୍କୁ ନୂଆ ଚାଉଳରେ ଭୋଗ ଲଗାଯାଇଥାଏ । ପୁରାଣ ଶାସ୍ତ ମତ ଅନୁସାରେ ପୁଷମାସରେ ମହାଲକ୍ଷ୍ମୀ ବାପଘରକୁ ଯାଇଥାନ୍ତି ।   ମାସାନ୍ତ ଦିନ ମହାଲକ୍ଷ୍ମୀ ବାପ ଘରୁ ମନ୍ଦିରକୁ ଫେରିଥାନ୍ତି । ବାପ ଘରୁ ଫେରିବା ସମୟରେ ସାଙ୍ଗରେ ନାନା ଭାର ଆଣିଥାନ୍ତି । ସେହି ଭାରରେ ନୂଆ ଅରୁଆଚାଉଳ, ପାଚିଲା କଦଳୀ, ଶାକର, ନବାତ, ଛେନା ଘିଅ, ମହୁ , ନଡିଆ,ଫଳମୁଳ,  ଧନୁମୁଆଁ , ଠାକୁରଙ୍କ ପାଇଁ ନୂତନ ବସ୍ତ୍ର , ତୁଳସି ଓ  ଫୁଲମାଳ ରହିଥାଏ । ଅନ୍ୟ ପକ୍ଷେ ସାକ୍ଷୀଗୋପାଳ ମନ୍ଦିରରେ ପ୍ରଭୁ ସାକ୍ଷୀଗୋପୀନାଥଙ୍କୁ ବର୍ଷସାରା ଗହମ ଓ ଖଇ, ଛେନା, କ୍ଷୀର, ଲବଣି ଶୁଖିଲା ଭୋଗ ପ୍ରଦାନ କରାଯାଇଥାଏ । ମାତ୍ର ବର୍ଷକୁ ଥରେଏହି ମକର ସଂକ୍ରାନ୍ତିରେ ଚାଉଳ ଭୋଗ ଲାଗି କରାଯିବାର ପରମ୍ପରା ରହି ଆସିଛି । ମନ୍ଦିର ପକ୍ଷରୁ ଲକ୍ଷ୍ମୀଙ୍କ ବାପଘରୁ ଆସିଥିବା ନୁଆ ଅରୁଆ ଚାଉଳରେ ମକର ଭୋଗ ପ୍ରସ୍ତୁତି କରାଯାଇଥାଏ ।   ମକର ବେଡା ଅନ୍ତେ ଅପରାହ୍ନରେ ସର୍ବସାଧାରଣ ଠାକୁରଙ୍କୁ ମକର ଚାଉଳ ଭୋଗ ନୈବେଦ୍ୟ କରାଯାଇଥିଲା । ବର୍ଷକୁ କିଛି ସମୟ ପାଇଁ ଠାକୁରଙ୍କୁ ଚାଉଳ ଭୋଗ ଦେବା ସୁଯୋଗ ମିଳୁଥିବାରୁ  ଆଖପାଖ ପଞ୍ଚୁକୋଷି ଅଞ୍ଚଳର ଭକ୍ତ ମାନଙ୍କର ଗହଳି ପରିଲିକ୍ଷିତ ହୋଇଥିଲା । ନୁଆହାଣ୍ଡିରେ ନୁଆ ଅରୁଆଚାଉଳ, ଧନୁମୁଆଁ, ନଡିଆ, ପାଚିଲା କଦଳୀ, କ୍ଷୀର, ଛେନା, ସର, ଲବଣୀ, ଭଲଘିଅ,  ଚିନି, ଗୁଡ, ଅଦା, କାଜୁ, ଖସିମିଶି , କର୍ପୁର, ଖଟାକମଳା, ଅଳେଇଚ, ଗୋଳମରିଚ ଓ ଫଳମୂଳ ଆଦି ମିଶ୍ରଣରେ ପ୍ରସ୍ତୁତି ମକର ଚାଉଳ ଭୋଗ କରାଯାଇଥାଏ । ମକରଚାଉଳ ପ୍ରସ୍ତୁତି ସାମଗ୍ରୀ ବିକୟ କରିବା ପାଇଁ ମନ୍ଦିର ସମ୍ମୁଖରେ ବ୍ୟବସାୟୀ ମାନେ ପସାର ଖୋଲିଥିଲେ ।  ମକର ଭୋଗ ପାଇବା ପାଇଁ ଭକ୍ତ ମାନଙ୍କର ଆଗ୍ରହ ରହିଥିବାରୁ ଭୋଗ ପ୍ରସ୍ତୁତି କରିପାରୁନଥିବା ଭକ୍ତ ମାନେ ପ୍ରସାଦ ପାଇବା ପାଇଁ ସେବାୟତ ମାନଙ୍କଠାରୁ ମକର ଚାଉଳ ସଂଗ୍ରହ କରିଥିବାର ଦେଖାଯାଇଥିଲା । ସେହିପରି ସୁଆଣ୍ଡୋର ଶ୍ରୀରାଧାବିନୋଦ ବିହାରୀ, ବିଶ୍ୱନାଥପୁର, ଶ୍ରୀରାମଚନ୍ଦ୍ରପୁର, ନୂଆଗାଁ, ସୁଆଣ୍ଡୋ, ବଳପୁର, ଆଦି ଗ୍ରାମ ମାନଙ୍କରେ ଥିବା ଶୈବ , ମହାବୀରି ଓ ବିଷ୍ଠୁଙ୍କ ମନ୍ଦିର , ମଠ ଗୁଡିକରେ ମକର ଚାଉଳ ଭୋଗ କରାଯାଇଥିଲା । ଘରେ ଘରେ ମଧ୍ୟ ମକର ଭୋଗ ପ୍ରସ୍ତୁତି କରାଯାଇ ଇସାଣ ଓ ଘର ଠାକୁରଙ୍କୁ ଭୋଗ କରାଯିବା ପରେ ସାହି ପଡିଶାରେ ବଣ୍ଟାଯିବାର ଦେଖାଯାଇଥିଲା ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୪/୧/୨୦୨୨---୬,୫୫  

Sakhigopal News, 14/1/2022

 




ads

Blog Archive

Popular Posts