ads

Breaking News

ଫଳକ ଭଙ୍ଗା ଘଟଣାରେ , ୩ ଗିରଫ , କୋର୍ଟ ଚାଲାଣ

In case of plaque breakage, 3 arrests, court proceedings
 
ଭଞ୍ଜନଗର--- ଉନ୍ନୟନ ମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ଫଳକ ଭାଙ୍ଗିବା ଅଭିଯୋଗରେ  ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗଂଜାମ ଜିଲ୍ଲା ଭଂଜନଗର ଥାନା ଅନ୍ତର୍ଗତ କୁଲାଡ ପଞ୍ଚାୟତର କୋଟିବିରାଡି ଗାଁ ନିକଟ ରେ ମନ୍ତ୍ରୀ ଙ୍କ ଦ୍ଵାରା ଏକ ଫଳକକୁ ଦୁବୁର୍ତ୍ତ ମାନେ ଭାଙ୍ଗି ଦେଇଥିଲେ । ଖବର ଅନୁଯାୟୀ କୋଟିବିରାଡି ଗାଁ ନିକଟ ବଡନଦୀ ଦକ୍ଷିଣ ପାର୍ଶ୍ୱ ବନ୍ୟା ନିୟନ୍ତ୍ରଣ ବନ୍ଧର ଉନ୍ନତି କରଣ ପାଇଁ ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମ ହୋଇଥିଲା । ଗତ ୯ ତାରିଖରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ , କୋଟିବିରାଡି ଗାଁ ନିକଟ ରାସ୍ତା କଡ଼ରେ  ଭିତ୍ତିପ୍ରସ୍ତର ଫଳକ ର ଉନ୍ମୋଚନ କରିଥିଲେ । ତେବେ ଘଟଣାର ୨୪ ଘଣ୍ଟା ପୁରଣ ନହେଉଣୁ  ସୋମବାର ବିଳମ୍ବିତ ରାତିରେ କୈାଣସି ଦୁର୍ବୃତ୍ତ ଫଳକକୁ ସଂପୂର୍ଣ୍ଣ ଭାଙ୍ଗି ଦେଇଥିଲେ । ଏନେଇ ସ୍ଥାନୀୟ ଅଞ୍ଚଳରେ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଘଟଣାକୁ ସାଧାରଣ ରେ ନିନ୍ଦା କରାଯାଇଥିଲା । ପରବର୍ତ୍ତୀ ସମୟରେ ସ୍ଥାନୀୟ ସରପଞ୍ଚ ଏବଂ ସଂପୃକ୍ତ ବିଭାଗ ପକ୍ଷରୁ ଭିନ୍ନ ଭିନ୍ନ ଦୁଇଟି ଏତଲା ଭଂଜନଗର ଥାନା ରେ ଦିଆଯାଇଥିଲା । ଘଟଣା ସଂକ୍ରାନ୍ତରେ ଅନୁସନ୍ଧାନ କରି ଫଳକ ଭଙ୍ଗା ଅଭିଯୋଗ ରେ ସଂପୃକ୍ତ ଥିବା କୋଟିବିରାଡି ଗ୍ରାମର ପ୍ରକାଶ ଚନ୍ଦ୍ର ସାହୁ , ଶୁଶାନ୍ତ କୁମାର ନାୟକ ଏବଂ କୁଲାଡ ଗାଁ ର ସଂଜୟ ପ୍ରଧାନ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ସୂଚନା ଦେଇଛନ୍ତି  ଥାନାଧିକାରୀ ଧିରେଶ କୁମାର ଦାସ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୩/୧/୨୦୨୨--- ୯,୧୫
 Sakhigopal News,13/1/2022

ads

Blog Archive

Popular Posts