ads

Breaking News

ବିନା ରେଳ ଟିକେଟ ଯାତ୍ରୀ,ସଂରକ୍ଷଣ କାଉଣ୍ଟରରେ ଦଲାଲ୍ ମାନଙ୍କର କାର୍ଯ୍ୟକଳାପ ଉପରେ ଖୋର୍ଦ୍ଧା ରେଳ ମଣ୍ଡଳ ଦ୍ୱାରା ବିଶେଷ ଅଭିଯାନ

Special train campaign by Khordha Railway Zone on the activities of brokers at railway counters without train ticket passengers.

ଜଟଣୀ ---ନୂତନ ପ୍ରକାରର ଭୂତାଣୁ ଓମିକ୍ରନ୍ ସହିତ କୋଭିଡ-19 ସ°କ୍ରମଣର ତୃତୀୟ ଧାରା ସମୟରେ, ଟ୍ରେନରେ ଅନଧିକୃତ ପ୍ରବେଶକୁ ବନ୍ଦ କରିବା, ଏବଂ ପାର୍ବଣ ଋତୁରେ ଯାତ୍ରୀ ଟିକେଟ ସଂରକ୍ଷଣ ସେବା (PRS) କାଉଣ୍ଟରରେ ଅସଦାଚରଣ ଏବଂ ଦଲାଲ୍ କାର୍ଯ୍ୟକଳାପକୁ ରୋକିବା ପାଇଁ  ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ବରିଷ୍ଠ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ ଶ୍ରୀ ଅମିତେଶ ଆନନ୍ଦଙ୍କ ନେତୃତ୍ୱ ରେ ବିଶେଷ ଅଭିଯାନ ଆରମ୍ଭ ହୋଇଛି । ବାଣିଜ୍ୟିକ ନିରୀକ୍ଷକ, କ୍ୟାଟରିଂ ନିରୀକ୍ଷକ, ଟିକେଟ୍ ଯାଞ୍ଚ କର୍ମଚାରୀ ଏବଂ ରେଳ ସୁରକ୍ଷା ବଳଙ୍କୁ ନେଇ ଏକ ଟିମ୍ ମଣ୍ଡଳ ମଧ୍ୟରେ ଚାଲୁଥିବା ଟ୍ରେନରେ ଏବଂ ଭୁବନେଶ୍ୱର, କଟକ, ଭଦ୍ରକ, ଯାଜପୁର-କେନ୍ଦୁଝର ରୋଡ୍, ଢେଙ୍କାନାଳ, ଅନୁଗୁଳ, ବ୍ରହ୍ମପୁର, ପଲାସା ଇତ୍ୟାଦି ଷ୍ଟେସନରେ ସମସ୍ତ ଭ୍ରମଣକାରୀ ଯାତ୍ରୀଙ୍କ ଟିକେଟ୍ ଅଛି କି ନାହିଁ ଯାଞ୍ଚ କରାଯାଉଛି । ଅନିୟମିତ ଟିକେଟ୍ ଥିବା ଏବଂ ବିନା ଟିକେଟ୍ ଥିବା ଯାତ୍ରୀଙ୍କୁ ଦଣ୍ଡିତ କରାଯାଉଛି । କେବଳ ନିଶ୍ଚିତ ଟିକେଟଧାରୀ ଯାତ୍ରୀମାନଙ୍କୁ ଷ୍ଟେସନ ପରିସରକୁ ଯିବାକୁ ଅନୁମତି ଦେବା ପାଇଁ ପ୍ଲାର୍ଟଫର୍ମର ପ୍ରବେଶ ପଥରେ ଟିକେଟ୍ ଯାଞ୍ଚ କର୍ମଚାରୀଙ୍କ ଦ୍ୱାରା କଠୋର ଯାଞ୍ଚ କରାଯାଉଛି । ଟ୍ରେନ୍ ଏବଂ ପ୍ଲାଟଫର୍ମରେ ଅନଧିକୃତ ବିକ୍ରେତାଙ୍କ ପ୍ରବେଶକୁ ରୋକିବା ପାଇଁ ମଧ୍ୟ ଯାଞ୍ଚ କରାଯାଉଛି ।
ପାର୍ବଣ ଋତୁରେ, ପାସେଞ୍ଜର ରିଜର୍ଭେସନ୍ ସର୍ଭିସ (PRS) କାଉଣ୍ଟରରେ ଅପବ୍ୟବହାର ଏବଂ ଦଲାଲ୍ କାର୍ଯ୍ୟକଳାପ ଉପରେ ଯାଞ୍ଚ କରିବାକୁ ବାଣିଜ୍ୟିକ ଅଧିକାରୀ, ନୀରିକ୍ଷକ ଏବଂ ଆରପିଏଫ୍ କର୍ମଚାରୀଙ୍କ ଦ୍ବାରା ମିଳିତ ଯାଞ୍ଚ ଚାଲିଛି । ଯାହାଫଳରେ ପ୍ରକୃତ ଯାତ୍ରୀମାନେ ପ୍ରକୃତ ଭଡା ରେ ଟ୍ରେନ୍ ଟିକେଟ୍ ପାଇପାରୁଛନ୍ତି । କରୋନା ଭୁତାଣୁ ସ°କ୍ରମଣ ବିସ୍ତାରକୁ ରୋକିବା ପାଇଁ ଏହି ସ୍ୱତନ୍ତ୍ର ଅଭିଯାନ ସମୟରେ ଏହା ମଧ୍ୟ ସୁନିଶ୍ଚିତ କରାଯାଉଛି । ଯେମିତି ପ୍ଲାଟଫର୍ମ ଏବଂ ଟ୍ରେନରେ ବିନା ମାସ୍କରେ ଯାତ୍ରୀ ମାନେ ଯାତ୍ରା ନକରିବେ । ମାସ୍କ ପିନ୍ଧି ନଥିବା ଯାତ୍ରୀଙ୍କୁ ଜୋରିମନା କରାଯାଉଛି । ଆଗାମୀ ଦିନରେ ମଧ୍ୟ ଏହି ପ୍ରକାରର ସ୍ୱତନ୍ତ୍ର ଅଭିଯାନ ମଣ୍ଡଳ ଦ୍ୱାରା ଜାରି ରହିବ । ଯାହା ଫଳରେ ପ୍ରକୃତ ଯାତ୍ରୀମାନଙ୍କ ପାଇଁ ଆରାମଦାୟକ ଏବଂ ସୁରକ୍ଷିତ ଯାତ୍ରା ନିଶ୍ଚିତ ହେବ । ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ସମସ୍ତ ରେଳ ବ୍ୟବହାରକାରୀଙ୍କୁ ରେଳ ଷ୍ଟେସନ ପରିସରରେ ଏବଂ ଟ୍ରେନ୍ ମାଧ୍ୟମରେ ଯାତ୍ରା ସମୟରେ କୋଭିଡ  କଟକଣାକୁ ମାନି ଚଳିବାକୁ ପଡିବ ବୋଲି ରେଳବାଇର ଅଧିକାରୀମାନେ କହିଛନ୍ତି ।

ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୩/୧/୨୦୨୨---- ୮,୪୫
  Sakhigopal News, 13/1/2022

ads

Blog Archive

Popular Posts