ଧର୍ମ ପରାୟଣ ବ୍ୟକ୍ତି ଙ୍କ ପରଲୋକ
The afterlife of religious people
ଭଞ୍ଜନଗର-- କ୍ଷତ୍ରିୟବରପୁର ପଞ୍ଚାୟତ ଅନ୍ତର୍ଗତ ବିଞ୍ଚଣା ଗ୍ରାମର ଧର୍ମପରାୟଣ ବ୍ୟକ୍ତି ଦ୍ବିତୀକୃଷ୍ଣ ଚୈଧୁରୀ ଙ୍କ ୮୫ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସ୍ୱର୍ଗତ ଚୈଧୁରୀ ସ୍ଥାନୀୟ ଅଞ୍ଚଳରେ ଜଣେ ଭଦ୍ର ଏବଂ ଶାନ୍ତ ସ୍ଵଭାବ ର ବ୍ୟକ୍ତି ଭାବେ ପରିଚିତ ଥିଲେ । ଗତ କିଛି ଦିନଧରି ସେ ଶ୍ବାସ ରୋଗରେ ପୀଡିତ ଥିଲେ । ହଠାତ୍ ରବିବାର ଦିନ ତାଙ୍କର ଦେହାନ୍ତ ହୋଇଥିଲା । ଅନ୍ତିମ ଶଯ୍ୟା ନିକଟରେ ତାଙ୍କ ପୁଅ କୈଳାସ , ପରିବାର ଓ ସମ୍ପର୍କୀୟ ମାନେ ଉପସ୍ଥିତ ଥିଲେ । ପରିବାର ଓ ଗ୍ରାମବାସୀ ଙ୍କ ସହଯୋଗ ରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୦/୧/୨୦୨୨-----୮,୨୫ Sakhigopal News,10/1/2022


