ads

Breaking News

ଜଙ୍ଗଲ ଛାଡ଼ି , ଗାଁ ମୁହାଁ ହେଉଛନ୍ତି ବାରହା୍ ପଲ. ଘରେ ପଶି ଆକ୍ରମଣ

Leaving the forest, the village face is Barah Pal. Home invasion.
   ଭଞ୍ଜନଗର--- ବଣୁଆ ବାରହା୍ ଙ୍କ ଉପଦ୍ରବ ରେ ଭୟଭୀତ ଗାଁ ଲୋକେ । ବିଳମ୍ବିତ ରାତିରେ ଗାଁ ରେ ପଶି ଉପଦ୍ରବ କଲେ । ଘର ଭିତରେ ଭୟଭୀତ ଅବସ୍ଥାରେ ରହିଛନ୍ତି ଲୋକମାନେ । ତାସତ୍ବେ ମଧ୍ୟ  ଜଣେ ବ୍ୟକ୍ତି ଙ୍କ ଘରେ ପଶି ଜଣେ ବୃଦ୍ଧଙ୍କୁ ଆକ୍ରମଣ କଲା ବାରହା୍ । ଗଂଜାମ ଜିଲ୍ଲା ତାରାସିଂ ବନାଞ୍ଚଳ ଅନ୍ତର୍ଗତ ଗାୟାଗଣ୍ଡା ନିକଟ ହରିଜନ ସାହିରେ ଘଟିଛି ଏଭଳି ଘଟଣା । ଆହତ ବ୍ୟକ୍ତି ଜଣକ ହେଲେ , ଦେବ ନାଇକ(୬୨) । ସେ ଘରେ ଶୋଇଥିବା ଅବସ୍ଥାରେ ଗୋଟିଏ ବାରହା ତାଙ୍କୁ ଆକ୍ରମଣ କରିବାରୁ ସେ ଆହତ ହୋଇଥିଲେ । ତାଙ୍କ ଗୋଡରେ ଆଘତ ଲାଗିଥିଲା । ଗୁରୁତର ଆହତ ଅବସ୍ଥାରେ  ତାଙ୍କୁ ଭଂଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଚିକିତ୍ସା ପରେ ସେ ଘରକୁ ଫେରିଯାଇଥିବା ଜଣାପଡିଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ବାରହା୍ଙ୍କ ଉପଦ୍ରବ ନେଇ ଲୋକେ ଭୟଭୀତ ଥିବା ଜଣାପଡିଛି । ସ୍ଥାନୀୟ ଲୋକଙ୍କ କହିବା ପ୍ରକାରେ ରବିବାର ବିଳମ୍ବିତ ରାତିରେ ବାରହା୍ ପଲ ଗାଁ ଭିତରେ ପଶି ଦୀର୍ଘ ସମୟ ଧରି ଉପଦ୍ରବ ଚଳାଇଥିଲେ । ଏହି ଘଟଣା ପରେ ସ୍ଥାନୀୟ ବନବିଭାଗ ଲୋକଙ୍କ ସୁରକ୍ଷା ସହ ବନ୍ୟପ୍ରାଣୀଙ୍କ ସୁରକ୍ଷା ଓ ପେଟ୍ରୋଲିଂ ବ୍ୟବସ୍ଥା କୁ କଡାକଡି କରିବା ଆବଶ୍ୟକ ହୋଇପଡିଛି ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମାନେ କହିଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୦/୧/୨୦୨୨ ୮,୨୦ 
Sakhigopal News, 10/1/2022

ads

Blog Archive