ads

Breaking News

ସତ୍ୟବାଦୀରେ ବୁଷ୍ଟର ଡୋଜ ୬ଟି ଯାଗାରେ ଦିଆଯିବ

In fact, it is worse then worthless, it consumes time and resources but returns no sales.


ସାକ୍ଷୀଗୋପାଳ----- ସତ୍ୟବାଦୀରେ କରୋନା ପଜେଟିଭିଙ୍କ ସଂଖ୍ୟା ଦିନକୁ ଦିନ ବଡିବାରେ ଲାଗିଛି ।ଏହାକୁ ଲକ୍ଷ୍ୟ କରି ରାଜ୍ୟ ସରକାରଙ୍କ ପକ୍ଷରୁ ସତ୍ୟବାଦୀରେ ୬ଟି ସ୍ଥାନରେ ପ୍ରଥମଡୋଜ ଓ ଦୁତୀୟ ଡୋଜ ସହିତ ବୁଷ୍ଟର ଡୋଜ ଦିଆଯିବା ପାଇଁ ବନ୍ଦୋବସ୍ଥ କରାଯାଇଛି । କେତକୀପାଟଣା ପଞ୍ଚାୟତର ବଡତୋଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ଜୟପୁର ଗ୍ରାମ ପଞ୍ଚାୟତର ନୂଆଗାଁ ସିଡି ଗଣେଶ କ୍ଳବ ପରିସର. କାଦୁଆ ଗ୍ରାମ ପଞ୍ଚାୟତର ଭଟପୁର ଅଙ୍ଗନୱାଡି କେନ୍ଦ୍ର ପରିସର, ଦାସବିଦ୍ୟାଧରପୁର ପଞ୍ଚାୟତର ସୁଆଣ୍ଡୋ ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଶୁକଳ ଗ୍ରାମ ପଞ୍ଚାୟତର ଦୋଖଣ୍ଡପୁର ପ୍ରାଇମେରୀ ବିଦ୍ୟାଳୟର ପରିସରରେ ପ୍ରଥମ ଡୋଜ ୫୦ , ଦୁତୀୟ ଡୋଜ ୫୦ ଓ ବୁଷ୍ଟର ଡୋଜ ୧୦୦ଜଣଙ୍କୁ ଦିଆଯିବା ପାଇଁ ସ୍ଥିର କରାଯାଇଛି । କେବଳ ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ୨ଶହ ଜଣଙ୍କୁ ବୁଷ୍ଟର ଡୋଜ ଦିଆଯିବା ପାଇଁ  ବ୍ୟବସ୍ଥା କରାଯାଇଛି ବୋଲି ସତ୍ୟବାଦୀ ବିଡିଓ କ୍ଷୀରୋଦ କୁମାର ବେହେରାଙ୍କ ଠାରୁ ସୁଚନା ମିଳିଛି । ବୁଷ୍ଟର ଡୋଜ ନେବା ପାଇଁ ଅନଲାଇନିରେ ବୁକୁଙ୍ଗି କରିବାକୁ ପଡିବ ବୋଲି ଜଣାପଡିଛି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୧/୧/୨୦୨୨---୭,୦୫  

 Sakhigopal News, 11/1/2022

ads

Blog Archive